ଜବରଦଖଲକାରୀଙ୍କ କବ୍ଜାରେ ଗାଁର ଶ୍ମଶାନ

ଜବରଦଖଲକାରୀଙ୍କ କବ୍ଜାରେ ଗାଁର ଶ୍ମଶାନ

ଜବରଦଖଲକାରୀଙ୍କ କବ୍ଜାରେ ଗାଁର ଶ୍ମଶାନ ଜମି । ଶ୍ମଶାନରେ ଶବ ଦାହା କଲେ  ବିରୋଧ କରୁଛନ୍ତି ଜବରଦଖଲକାରୀ  । ଗାଁ ଲୋକଙ୍କ ଅଭିଯୋଗ ପରେ ମଧ୍ୟ ଶ୍ମଶାନ ଜମି ଛାଡୁ ନାହାନ୍ତି ଜବରଦଖଲକାରୀ  । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନେଉନି ସ୍ଥାନୀୟ ପ୍ରସାଶନ  । ଗାଁରେ ଥିବା ୧୦ ହଜାର ୪୮୦ ଡିସିମିଲି ଶ୍ମଶାନ ଜମିକୁ କବ୍ଜା କରିଛନ୍ତି ଗାଁର ୧୫ ପରିବାର  । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା କଣ୍ଡରା ସାହିରେ ଉତେଜନା ଦେଖିବାକୁ ମିଳିଛି  । ତାହା ସହ ଶ୍ମଶାନ ଆଗରେ ଗାଁର ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । କାରଣ ଶ୍ମଶାନ ଜମିକୁ ଜବରଦଖଲ କରି ସଙ୍କୁଚିତ କରୁଥିବାରୁ ଏବେ ଶବ ଦାହା ପାଇଁ ଅଡୁଆ ହୋଇଛି  । ବେଳେ ବେଳେ ଶବ ଦାହା ବେଳେ ଜବର ଦଖଲକାରୀ ଶ୍ମଶାନରେ ଶବ ଦାହାକୁ ବିରୋଧ କରିବା ସହ ଶ୍ମଶାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଧମକ ଦେଉଛନ୍ତି  । ତେବେ ଏହି ଗାଁରେ ପୂର୍ବା ପୁରୁଷରୁ ଏହି ଜଗାକୁ ଶ୍ମଶାନ ଭାବେ ବ୍ୟବହାର କରି ଆସୁଥିବା ବେଳେ ଗତ ୧୯୮୮ ,୧୯୯୫ ଓ ୨୦୧୬ ଏହାର ମାପଚୁପ ସମୟରେ ଏହାର ଆୟତନ ଠିକ ରହିଥିଲା  । କିନ୍ତୁ ବର୍ତମାନ  ଏହାକୁ ଜବରଦଖଲକାରୀ କବ୍ଚା କରିଥିବାରୁ ଏହାର ଆୟତନ ସଙ୍କୁଚିତ ହୋଇ ରହିଛି  । ତେଣୁ ଗାଁଲୋକ ଦାବି କରିଛନ୍ତି ଜବରଦଖଲକାରୀକୁ ହଟାଇ ଶ୍ମଶାନ ଜମିକୁ ପୁନଃର ଉଦ୍ଧାର କରାଯାଉ  ।

ପୂର୍ବରୁ ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ସତ୍ୱ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବା ବେଳେ ବର୍ତମାନ ଲୋକ ଏକତ୍ରିତ ହୋଇ ବିରୋଧ କରିବା ପରେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୋଲିସ ଓ ଭେଜିପୁଟ ରାଜସ୍ୱ ନିରକ୍ଷକ ପହଂଚି ଏହାର ତଦନ୍ତ କରିଛନ୍ତି  । ତେବେ ଶ୍ମଶାନ ଜମି ସଙ୍କୁଚିତ ହେବେ ଫଳରେ ଶ୍ମଶାନରେ ଶବ ଦାହା ବେଳେ ଗାଁ ଲୋକ ନାହିଁ ନଥିବା ଅସୁବିଧାର ସାମ୍ନା ହେଉଥିବା କହିଛନ୍ତି  । କାରଣ ଜବରଦଖଲକରୀଙ୍କ ଯୋଗୁଁ ରାସ୍ତା କଡରେ ଶବ ଦାହା କରିବାକୁ ପଡୁଛି  । ଯାହା ଫଳରେ ଶବ ଦାହା ସମୟରେ ଉଡୁଥିବା ପାଉଁଶ ରାସ୍ତା କଡରେ ଘରେ ପଡୁଥିବା କହିଛନ୍ତି  । ତେବେ ସରକାର ଏହା ଉପରେ ଦୃଷ୍ଟି ଦେଇ ଜବର ଦଖଲକାରୀଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ  ।ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ପଥରା ପଞ୍ଚାୟତ ର କଣ୍ଡରା ସାହି ରେ ଥିବା ଶ୍ମଶାନ କୁ ଜବରଦଖଲ କରୀଙ୍କ କବଳରୁ କେବେ ଉଦ୍ଧାର କରାଯାଉଛି ଓ କେବେ ସ୍ଥାନୀୟ ବାସିନ୍ଦା ଫେରି ପାଇବେ ସେମାନଙ୍କ ଶ୍ମଶାନ ଜମି |

author

Related Articles

Leave a Reply

Your email address will not be published. Required fields are marked *