ପଦାରେ ପଡିଲା ଦୁଇ ସରକାରୀ ବାବୁ-ବାବୁଆଣିଙ୍କ ମଧୁଚନ୍ଦ୍ରିକା..!
ଗଣମାଧ୍ୟମରେ ଖବର ବାଜିଲା ସାମ୍ନାକୁ ଆସିଲା କେଳେଙ୍କାରୀ… !
ହାତରୁ ଗଲା ଚାକିରୀ…ଶାସ୍ତି ଦେଲେ ସରକାର !
ଲୋକଙ୍କୁ ଲୁଟିବା ପଡିଲା ମହଙ୍ଗା… !
ସମସ୍ତଙ୍କ ନଜର ଆଢୁଆଳରେ ଅକ୍ତିଆର କରୁଥିଲେ ସରକାରୀ ଜମି…!
ଅନ୍ୟ କେଉଁ କେଳେଙ୍କାରୀରେ ଲିପ୍ତ ଅଛନ୍ତି ଦୁଇ ଦମ୍ପତି ?
କେବେ ହେବ ଖୁଲାସା ?
ଟିକିଏ ନଜର ପକାନ୍ତୁ ଏହି ଫଟୋ ଟି ଉପରେ ଇଏ ହେଉଛନ୍ତି ସେହି ଜମି କେଳେଙ୍କାରୀ ସରକାରୀ ବାବୁ ଜଣଙ୍କ…ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ପ୍ରଶାସନକୁ ଭୂଆଁ ଭୁଲାଉଥିଲେ… ବାବୁଙ୍କ ନାମ ହେଉଛି ସୁବତ୍ର ବେହେରା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ ରାଜସ୍ବ ସହାୟକ ସୁବ୍ରତ କୁମାର ବେହେରା… ଚଞ୍ଚକତା ପୂର୍ବକ ନିଜର ସମ୍ପତ୍ତି ଅଧିକା କରୁଥିବା ବେଳେ ସରକାରୀ ଜମିକୁ ହଡପ କରୁଥିଲେ…ସରକାରୀ ବାବୁ ଜଣଙ୍କ ଫର୍ଜରୀ କରି ଜମି କେଳେଙ୍କାରୀର ଲିପ୍ତ ରହିଥିବା ଗୁମର ଖୋଲିଥିଲେ ସୂଚନା ଅଧିକାରୀ କର୍ମୀ ବାବୁଲି ସାହୁ…ସରକାରୀ ଦସ୍ତାବିଜରେ ବଡ଼ ହେରେଫେର ହୋଇଥିବା ସାମ୍ନାକୁ ଆସିଥିଲା…ସରକାରୀ ବାବୁ ଜଣଙ୍କ ନୁହଁନ୍ତି ବରଂ ତାଙ୍କ ସହିତ ତାଙ୍କ ସ୍ତ୍ରୀ ସସ୍ମିତା ନାୟକ ଯିଏକି କାମାକ୍ଷାନଗର ସିଡିପିଓ ଅଫିସରେ କନିଷ୍ଠ ରାଜସ୍ବ ସହାୟକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ସେ ମଧ୍ୟ ଏଥିରେ ଲିପ୍ତ ରହିଥିଲେ…ତେବେ ଉଭୟଙ୍କ ନାମରେ ଅଭିଯୋଗ ଆସିବା ପରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ…ଯାହାକୁ ଆଧାର କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି…ଉଭୟେଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି। ଏଥିସହିତ ପରବର୍ତ୍ତୀ ନୋଟିସ ନ ଆସିବା ପର୍ଯ୍ୟନ୍ତ ଷ୍ଟେସନ ଛାଡି ନଯିବାକୁ କୁହାଯାଇଛି।…
ତେବେ ଉଭୟ ସୁବ୍ରତ ଓ ସସ୍ମିତାଙ୍କ ନାମରେ ଜମି ଜାଲିଆତି ଭଳି ସଙ୍ଗିନ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଏହି କେଳେଙ୍କାରୀ ଉପରୁ ଫର୍ଦ୍ଧା ହଟିଥିବା ବେଳେ ଦୁଇ ବାବୁ ବାବୁଆଣୀ ଅନ୍ୟ କେଉଁ କେଳେଙ୍କାରୀରେ ଲିପ୍ତ ରହିଛନ୍ତି ଏବଂ ଦୁଇ ସ୍ୱାମୀ-ସ୍ତ୍ରୀଙ୍କୁ ନେଇ ଆଉ କେଉଁ ବଡ ଖୁଲାସା ହେଉଛି ତାହା ଦେଖିବାକୁ ଅପେକ୍ଷା ।