ଜାନୁୟାରୀ ପାଞ୍ଚ ତାରିଖରେ ଏହି ଆଦିବାସୀ ମେଳାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିବା ଏହି ଆଦିବାସୀ ମେଳାରେ ଆଦିବାସୀ ଗାଁ,ଆଦିବାସୀ ହାଟ,ଆଦିବାସୀ କଳା ସଂସ୍କୃତି ପ୍ରଦର୍ଶନୀ,ଭଗବାନ ବିର୍ସାମୁଣ୍ଡା ଗ୍ୟାଲେରୀ,ଖାଦ୍ୟ ପ୍ରାଙ୍ଗଣ ଭଳି ବ୍ୟବସ୍ଥା କରାଯାଇଛି । ଆଦିବାସୀଙ୍କ ଚାଲିଚଳଣି ଓ ପରମ୍ପରା କିଭଳି କୋଣ ଅନୁକୋଣରେ ପହଞ୍ଚିପାରିବ ସେ ନେଇ ପ୍ରତିବର୍ଷ ସରକାରଙ୍କ ତରଫରୁ ଆୟୋଜନ ହୋଇଥାଏ ଆଦିବାସୀ ମେଳା । ..
ମେଳାରେ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଲଘୁଜାତ ଦ୍ରବ୍ୟ,ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ,କୃଷିଜାତ ସାମଗ୍ରୀ ବୁଲି ଦେଖିବା ସହିତ ପ୍ରମୁଖ ଆକର୍ଷଣ ସାଜିଛି ଆଦିବାସୀଙ୍କ ଛୋଟ ଛୋଟ ଘର ଉପରେ । ଏହି ଛୋଟ ସ୍ଥାନରେ ଆଦିବାସୀଙ୍କ ଜୀବନ ଶୈଳୀକୁ ଦର୍ଶାଯାଇଛି । 20ଟି ପ୍ରାଚୀନ ଜନଜାତିଙ୍କ ଘର ମଡେଲକୁ ଏହି ମେଳାରେ ସ୍ଥାନ ଦିଆଯାଇଛି । ଏମାନଙ୍କ ମାଟି ଝାଟି ଓ ନଡା ଛପର କୁଡିଆ,ପୋଖରୀ ଘର ଦେଖିବା ପାଇଁ ଲୋକଙ୍କ ବେଶ ଭିଡ ଜମୁଛି ।….
ଦର୍ଶକବନ୍ଧୁ ଆମେ ତ ଆଦିବାସୀ ମେଳା ବୁଲିଲୁ,ଆଦିବାସୀ ଜନଜାତିକୁ ସଂସ୍କୃତି ପରମ୍ପରାକୁ ଉପଭୋଗ କରିବାର ଏକ ନିଆରା ମଜା ବି ନେଲୁ । ଏହି ଆଦିବାସୀ ମେଳା ଜାନୁୟାରୀ 5ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 16 ତାରିଖରେ ଏହା ଶେଷ ହେଉଛି । ତେବେ ଆଦିବାସୀଙ୍କ ଜୀବନଶୈଳୀକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ।