ଜଳିଲା ବିଜୁଙ୍କ ପ୍ରତିମୂର୍ତି ବୃଦ୍ଧି ପାଇଲା ଅସନ୍ତୋଷ !

ଜଳିଲା ବିଜୁଙ୍କ ପ୍ରତିମୂର୍ତି ବୃଦ୍ଧି ପାଇଲା ଅସନ୍ତୋଷ !

ବଲାଙ୍ଗିରିରେ ବିଜୁ ବାବୁଙ୍କ ପ୍ରତିମୂର୍ତିକୁ ଜାଳିଦେଲେ ଦୁର୍ବୁତ୍ତ . ପାଟଣାଗଡ଼ ମୁଖ୍ୟ ଛକରେ ଥିବା ବିଜୁ ମୂର୍ତିକୁ ଜାଳିଦେଲେ . ଜାଳିଥିବା ଦୁର୍ବୁତ୍ତ ଥାନାରେ ଅଟକ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି .ତେବେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି . ଯିଏ ବି କରିଛି ଏହା ତାଙ୍କ ହୀନମନ୍ୟତା ବୋଲି ଲୋକେ କହୁଛନ୍ତି .ଖାଲି ଏହି ଘଟଣା ନୁହେଁ ବିଭିନ୍ନ ସମୟରେ ଏପରି ମହାପୁରୁଷମାନଙ୍କୁ ଅବହେଳାର ଚିତ୍ର ସମ୍ନାକୁ ଆସିଥାଏ . ଯାହା ସମସ୍ତଙ୍କୁ ବ୍ୟଥିତ କରେ . ଏହାକୁ କିଛି ଲୋକ ରାଜନୈତିକ ହିଂସା ବୋଲି ଯୋଡ଼ୁଛନ୍ତି . ତେବେ ଦର୍ଶକ ବନ୍ଧୁ ଥରେ ଭାବନ୍ତୁ . ନେତା ରାଜନୀତି କରୁଛନ୍ତି ଆଜି ସେମାନେ ଏ ଦଳରେ ଅଛନ୍ତି ତ କାଲି ସେମାନେ ଆଉ କେଉଁ ଦଳରେ କିନ୍ତୁ ରାଜନୈତିକ ଆଳରେ ମହାପୁରୁଷମାନଙ୍କୁ ଅପମାନିତ କରିବା ଠିକ କଥା ନୁହେଁ .

କେହି ଭୁଲିବା କଥା ନୁହେଁ ଯେ ବିଜୁ ପଟ୍ଟନାୟକଙ୍କ ପରି ମହାପୁରୁଷଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଭୂମିକା ରହିଛି . ଯେଉଁଥିପାଇଁ ଆମେ ଆଜି ନାଗରିକ ହେବାର ଗର୍ବ କରି ପାରୁଛୁ . ପ୍ରଶାସନ ଏ ଦିଗରେ ଆଇନଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି . ବିଜୁ ପଟ୍ଟନାୟକଙ୍କ ମରଶରୀରରେ ତିନି ରାଷ୍ଟ୍ରର ଜାତୀୟ ପତାକା ପଡ଼ିଥିଲା . ତେବେ ଜାଳିଥିବା ଦୁର୍ବୁତ୍ତ ଥାନାରେ ଅଟକ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି . ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ ପଦାକୁ ଆସିବା .ଏହାପରେ ରାଜନୈତିକ ହିଂସା ଅଛିକି ନାହିଁ .

author

Related Articles

Leave a Reply

Your email address will not be published. Required fields are marked *