ଜାଗର ପାଇଁ ଚଳଚଞ୍ଚଳ ଲିଙ୍ଗରାଜ

ଜାଗର ପାଇଁ ଚଳଚଞ୍ଚଳ ଲିଙ୍ଗରାଜ

ଆସନ୍ତାକାଲି ମହାଶିବରାତ୍ରି । ଚଳଚଞ୍ଚଳ ହେଲାଣି ସମସ୍ତ ଶୈବପୀଠ । ନିର୍ଦ୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ମହାଦ୍ୱୀପ ଉଠିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଏଡିଏମ ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ସେବାୟତମାନଙ୍କ ସହ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେମିତି ମହାଦ୍ୱୀପ ଉଠିବାରେ କୌଣସି ବିଳମ୍ବ ନହେବ ସେଥିପାଇଁ ସେବାୟତ ମାନଙ୍କ ସହିତ ଆଲୋଚନା ହୋଇଛି । ସେବାୟତ ମାନଙ୍କର ଯେଉଁସବୁ ଛୋଟ ଛୋଟ ସମସ୍ୟା ରହିଛି ଏହା ଉପରେ ମଧ୍ୟ ଆଲୋଚନା ହୋଇଛି । ଏବଂ ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଖୋର୍ଦ୍ଧା ଏଡିଏମ୍ । ରାତି ୧୦ ଟା ସମୟରେ ମହାପ୍ରଭୁଙ୍କ ମହାଦୀପ ଉଠିବାର ନିତୀ ନିର୍ଧାରଣ ହୋଇଛି । ଏବଂ ରାତି ୩ଟା ରୁ ୩ ମିନିଟ ସମୟରେ ମଙ୍ଗଳ ଆଳତି ଅବକାଶ ଶେଷ ହେବ ବୋଲି ନିର୍ଧାରଣ ହୋଇଛି । ଏହି ସବୁ କାର‌୍ୟ୍ୟକ୍ରମ ସଠିକ୍ ସମୟରେ ଯେମିତି ସବୁ କାର୍ଯ୍ୟ ଶେଷ ହେବା ସେଥିପ୍ରତି ସେବାୟତ ମାନେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ୍ ରୁଦ୍ରନାରାୟଣ ମହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *