ଶରୀରକୁ ସୁସ୍ଥ,ସବଳ ରଖିବା ପାଇଁ କ୍ଷୀର ପିଇଥାନ୍ତି । ଛୁଆଠାରୁ ବୃଦ୍ଧପର୍ଯ୍ୟନ୍ତ ସମସ୍ତେ ସୁସ୍ଥ କ୍ଷୀର ପିଇଥାନ୍ତି ।ତେବେ ଆପଣ କ୍ଷୀର ପିଇବା ପୂର୍ବରୁ ଜାଣିରଖନ୍ତୁ ଆପଣଙ୍କ ପିଲା ପିଉଥିବା କ୍ଷୀର ସୁରକ୍ଷିତ ତ । ପିଉଥିବା ଏହି କ୍ଷୀର ବିଶୁଦ୍ଧ ନା ବିଷାକ୍ତ? ଜାତୀୟ ସ୍ତରରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଦେଶରେ ଉପଲବ୍ଧ ଥିବା ପ୍ରତି ୧୦ ଲିଟର କ୍ଷୀରରୁ ଗୋଟିଏ ଲିଟର କ୍ଷୀର ପିଇବା ଅନୁପଯୋଗୀ । କାରଣ ଏଥିରେ ରହୁଛି ଆଫ୍ଲା ଟକ୍ସିନ୍ । ତେଣୁ ଛୋଟ ପିଲା ବିଷାକ୍ତ କ୍ଷୀର ପିଇବା କାରଣରୁ ସେମାନଙ୍କ ପେଟ ରୋଗ ଦେଖିବାକୁ ମିଳିଛି । ପାଳ ବା କୁଟାରେ ଆଫ୍ଲା ଟକ୍ସିନ୍ ନାମକ ଫଙ୍ଗସ୍ ସୃଷ୍ଟି ହୋଇଥାଏ । ବିଶେଷ କରି ପଚି ଯାଇଥିବା ନାଡାରେ ଏହା ଦେଖିବାକୁ ମିଳିଥାଏ । ପଚି ସଢି ଯାଇଥିବା ନଡାକୁ ଦେଇଥାନ୍ତି । ଯାହାକୁ ଗାଈ ଖାଇବା ପରେ କ୍ଷୀରରେ ମିଶିଥାଏ । ସେହି କ୍ଷୀର ଆପଣ ପିଇଲେ ଶରୀର ଉପରେ ପ୍ରଭାବ ପକାଇଥାଏ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025