ପହଲଗାମ ଆତଙ୍କୀ ହମଲାରେ ଥିଲା କି ଜ୍ୟୋତି ମଲହୋତ୍ରାଙ୍କ ଲିଙ୍କ ?
ପାକର ଅନେକ ବଡବଡିଆଙ୍କ ସହ ଥିଲା କି ଜ୍ୟୋତିଙ୍କ ବସାଉଠା ?
ପହଲଗାମ ଆଟାକ ବିଷୟରେ ସବୁ ଜାଣିଥିଲେ କି ମହିଳା ୟଟ୍ୟୁବର ଜ୍ୟୋତି ମଲହୋତ୍ରା ?
ଭାରତରକୁ ଧୋକା ଦେଇ ପାକିସ୍ତାନକୁ କରୁଥିଲେ ସାହାଯ୍ୟ
ୱଫାଦାରୀର ମୁଖା ପିନ୍ଧି ଭାରତ ସହ କରୁଥିଲେ ଗଦ୍ଧାରୀ
ପାକିସ୍ତାନ ପ୍ରେମରେ ଉବୁଟୁବୁ ହେଉଥିଲେ ଏହି ସୁନ୍ଦରୀ
ପହଲଗାମ ହମଲାରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ ରକ୍ତ ରଞ୍ଜିତ ହୋଇଯାଇଥିଲା ପହଲଗାମ ପାହାଡ । 26 ନିରୀହଙ୍କ ଜୀବନ ନେଇଥିଲେ ଆତଙ୍କବାଦୀ । ଆତଙ୍କବାଦୀଙ୍କ ଉପରେ କଡ୍ଡା ଆକ୍ସନ ନେବା ପାଇଁ ଚାରିଆଡୁ ଦାବି କରାଯାଉଥିଲା । କିନ୍ତୁ ଠିକ ଏହି ସମୟରେ ପାକିସ୍ତାନ ସପୋର୍ଟରେ ବାହାରିଥିଲେ ୟ୍ୟଟ୍ୟୁବର ଜ୍ୟୋତି ମାଲହୋତ୍ରା । ପାକିସ୍ତାନ ପହଲଗାମ ଆତଙ୍କୀ ହମଲାକୁ ଯେଉଁପରି ଦର୍ଶାଇଥିଲା ପ୍ରାୟ ସମାନ ଢଙ୍ଗରେ ଜ୍ୟୋତି ମଧ୍ୟ କାଶ୍ମୀରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ । ପହଲଗାମ ଆତଙ୍କୀ ହମଲା ପାଇଁ ପର୍ଯ୍ୟଟକଙ୍କୁ ଦାୟୀ କରିଥିଲେ । ତେବେ ଆତଙ୍କୀଙ୍କ ବିଷୟରେ କି ପାକିସ୍ତାନ ବିଷୟରେ ପଦୁଟିଏ ବି କହିନଥିଲେ ଜ୍ୟୋତି ମଲହୋତ୍ରା । ତେବେ ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ବନ୍ଧା ହୋଇଥିବା ଏହି ମହିଳା ୟୁଟ୍ୟୁବରଙ୍କୁ ନେଇ ପ୍ରତିଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ବଡ ତଥ୍ୟ । ଏପ୍ରିଲ 22ରେ ହୋଇଥିବା ପହଲଗାମ ଆଟାକରେ ପାକିସ୍ତାନ ସହିତ ଯୋଗାଯୋଗରେ ଥିଲେ ଜ୍ୟୋତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଜ୍ୟୋତି ସେଦିନ ଯୋଗାଯୋଗରେ ଥିଲେ ଆଉ ସେହି ଯୋଗାଯୋଗରେ ପାକିସ୍ତାନ ସହ କଣ କଥା ହୋଇଥିଲେ ଜ୍ୟୋତି ପାଞ୍ଚଦିନିଆ ରିମାଣ୍ଡରେ ନେଇ ସବୁ ତଥ୍ୟ ଉଗାଳୁଛି ହରିଆନା ପୋଲିସ ।