କୋରାପୁଟ ନୂତନ ପରବ ପଡ଼ିଆରେ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଉଦଘାଟିତ ହୋଇଯାଇଛି।ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଯୋଗଦେଇ ଜିଲ୍ଲା ପାଇଁ ଖୁସିର ଦିନ ବୋଲି ପ୍ରକାଶ କରିବା ସହ ଏହା କିନ୍ତୁ ଚଳିତ ବର୍ଷ ୫ ଦିନ ଚାଲିବ ବୋଲି କହି ଥିଲେ | ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଫି ତ୍ରୈମାସିକ ପତ୍ରିକା ଅରଣ୍ୟ ଗୁଜନ ଉନ୍ମୋଚନ କରାଯାଇଥିଲା। ସେହିପରି କଫି ମୋବାଇଲ ଆପ ଓ ପରବ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ମିଲେଟ ରାଣୀ ରାଇମତି ଘେଉରିଆ ଙ୍କୁ ପରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସହିଦ ଲକ୍ଷ୍ମଣ ନାୟକଙ୍କ ବଂଶଜ ମଧୁ ନାୟକଙ୍କୁ ପରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା।ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମତବ୍ୟକ୍ତ କରିଥିଲେ।
୫ ବର୍ଷରେ ଦେଢ଼ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।ମାର୍ଚ୍ଚ ମାସ ସୁଦ୍ଧା ନିର୍ମାଣଧିନ ସହୀଦ ଲକ୍ଷ୍ମଣ ନାୟକ ଅଧ୍ୟାପନା ମେଡ଼ିକାଲ କଲେଜ ଓ ହସପିଟାଲ ଉଦଘାଟନ କରାଯିବ।ବୋଲି ବାର୍ତ୍ତା ଦେଇ ଥିଲେ ଏବଂଓଡିଶା ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟା ନନ୍ଦଗଣ୍ଡ,କୋରାପୁଟ ବିଧାୟକ ରଗୁରାମ ମାଛ ନବରୋଙ୍ଗପୁର ସାଂସଦ ଭଲବଦ୍ର ମାଝୀ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କଡାମ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଲଷ୍ମୀପୁର ବିଧାୟକ ପବିତ୍ର ସାଉଁତା,କଟପାଡ଼ ବିଧାୟକ ରୂପ ବାତ୍ରା,କୋରାପୁଟ ଏସପି ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।