ଜାନୁଆରୀରେ ବିଜେଡିର ସାଙ୍ଗଠନିକ ନିର୍ବାଚନ…

ଜାନୁଆରୀରେ ବିଜେଡିର ସାଙ୍ଗଠନିକ ନିର୍ବାଚନ…

ଆସନ୍ତା ଜାନୁଆରୀରେ ହେବାକୁ ଯାଉଛି ବିଜେଡିର ସାଙ୍ଗଠନିକ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ, ଜାନୁଆରୀରେ ହିଁ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ନିୟମିତ ବୈଠକ ଏବଂ ସମୀକ୍ଷା ଜାରି ରହିଛି । ସଭ୍ୟ ସଂଗ୍ରହ ଅଭିଯାନ ପରେ ସାଙ୍ଗଠନିକ ନିର୍ବାଚନ ଉପରେ ଫୋକସ ଦିଆଯିବା ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ କିଏ ସାଙ୍ଗଠନିକ ସମ୍ପାଦକ ହେବେ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପୁଣି ଥରେ ନବୀନ ଦଳର ଦାୟିତ୍ୱ ଜଣଙ୍କ ଉପରେ ନ୍ୟସ୍ତ କରିବେ ନା ଦଳୀୟ ନେତାଙ୍କ ପସନ୍ଦ ଅନୁସାରେ ସମ୍ପାଦକ ନିଯୁକ୍ତ କରିବେ ସେନେଇ ଆଲୋଚନା ଆରମ୍ଭ ହୋଇଗଲାଣି ।

ତେବେ ପୂର୍ବରୁ ବିଜେଡିର ତୃତୀୟ କ୍ଷମତାଶାଳୀ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ବିଜେଡିର ସାଙ୍ଗଠନିକ ଦାୟିତ୍ୱ ନିର୍ବାହ କରୁଥିଲେ । ଦଳର ସମସ୍ତ ଦାୟିତ୍ୱ ବବିଙ୍କ କାନ୍ଧ ଉପରେ ରଖୁଥିଲେ ବିଜେଡି ସୁପ୍ରିମୋ । କିନ୍ତୁ ଗତ ନିର୍ବାଚନରେ ଦଳ ହାରିବା ପରେ ସମସ୍ତ ଦୋଷ ବବିଙ୍କ ଉପରେ ଲଦିଚାଲିଲେ ଦଳୀୟ ନେତା । ବବିଙ୍କ ନିଷ୍ପତ୍ତି ଏବଂ ଦଳରେ ଅଧିକ ସକ୍ରିୟତା କାରଣରୁ ଦଳ ଆଜି ବିରୋଧୀ ଆସନରେ ବସିଥିବା ଏବେ ବି ଅନେକ ନେତା ଅଭିଯୋଗ କରୁଛନ୍ତି । ବବିଙ୍କ ସହ ପାଣ୍ଡିଆନଙ୍କୁ ମଧ୍ୟ ଦଳ ପରାଜୟର କାରଣ ଦର୍ଶାଉଛନ୍ତି । ତେଣୁ ବବି ପୁଣି ଥରେ ରିପିଟ୍ ହେବାର ଆଶଙ୍କା କମି କମି ଯାଉଛି । କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ବବି କିଛି ଦିନର ବ୍ରେକ ପରେ ପୁଣି ଫୁଲ୍ ଆକ୍ଟିଭ ରହିଛନ୍ତି । ବିଭିନ୍ନ ନିବାଚନ ବୁଲି ବୁଲି ସେ ବିଜେଡି ପାଇଁ ଅଣ୍ଟା ଭିଡୁଛନ୍ତି । ଯାହାକୁ ସାଧାରଣରେ ଖୁବ ପସନ୍ଦ କରାଯାଉଛି । ଏବଂ ଦଳର କିଛି ଆଗଧାଡିର ନେତାମାନେ ମଧ୍ୟ ଏବେ ବି ବବିଙ୍କ ସପୋର୍ଟରେ ରହିଛନ୍ତି । ତେଣୁ ବବି ପୁଣି ଥରେ ଦଳର ଦାୟିତ୍ୱ ନେଇପାରନ୍ତି ବୋଲି ସେ ସନ୍ଦେହକୁ ଏଡାଇ ଦିଆଯାଇନପାରେ । ଏମିତିକି ବବି ନିଜେ ପ୍ରଚ୍ଛଦପଟରେ ରହି ନିଜ ଆଖପାଖ ନେତାଙ୍କୁ ମଧ୍ୟ ଏହି ଦାୟିତ୍ୱ ଦେବା ପାଇଁ ଗୋଟି ଚଳାଇପାରନ୍ତି ବୋଲି ଆଶଙ୍କା ମଧ୍ୟ ରହିଛି ।

ଅନ୍ୟପଟେ, ଯଦି ବିଜେଡି ସଭାପତି ପୂବ ନିଷ୍ପତ୍ତି କୁ ନ ଦୋହରାଇ ସାଧାରଣ ଲୋକଙ୍କ ମନ୍ତବ୍ୟକୁ ପ୍ରାଧାନ୍ୟ ଦିଅନ୍ତି, ତେବେ ସେ ବବିଙ୍କ ପରିବର୍ତେ ଦଳର ଅନ୍ୟ ନେତାଙ୍କୁ ଦଳର ସାଙ୍ଗଠନିକ ସମ୍ପାଦକ କରିବାର ସମ୍ଭାବନା ରହିଛି । ଯେଉଁଥିରେ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ଦେବି ମିଶ୍ର , ଅରୁଣ ସାହୁ ସାମିଲ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଶଙ୍ଖପତି ନବୀନ ପଟ୍ଟନାୟକ କଣ ନିଷ୍ପତ୍ତି ନେଉଛନ୍ତି ଏବଂ ବବି ପୁଣି ଥରେ ସାଙ୍ଗଠନିକ ସମ୍ପାଦକ ରୂପେ ରିପିଟ୍ ହେଉଛନ୍ତି ନା ରିପ୍ଲେସ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *