ଜାନୁଆରୀ ଶେଷରେ ପୁଣି କମ୍ପିବ ରାଜ୍ୟ ରାଜନୀତି !

ଜାନୁଆରୀ ଶେଷରେ ପୁଣି କମ୍ପିବ ରାଜ୍ୟ ରାଜନୀତି !

ଜାନୁଆରୀ ଶେଷରେ ପୁଣି କମ୍ପିବ ରାଜ୍ୟ ରାଜନୀତି । ବିଜେପି ଶିବିରରେ ହେବ ବଡ ହଲଚଲ । କାହିଁକି ନା ପୁଣି ଓଡିଶା ଆସିବାକୁ ରେଡୀ ହେଲେଣି ଦିଲ୍ଲୀ ନେତା । ମାସ ଶେଷରେ ଦିଲ୍ଲୀର ବଡ ବଡ ଚେହେରା ଓଡିଶା ଗସ୍ତରେ ଆସୁଥିବା ଆଲୋଚନା ଚାଲିଛି । ଆଉ ଏହି ଗସ୍ତ ପଛରେ ଦଳର ସଙ୍ଗଠନ ଏବଂ ସରକାର ପାଇଁ ବଡ ରୋଡମ୍ୟାପ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ୫ ବଡ ବଡ ଚେହେରା ଓଡିଶା ଗସ୍ତରେ ଆସିବା ପାଇଁ ରେଡି ହେଲେଣି ।

ତେବେ ନିକଟରେ ହୋଇଥିବା ପ୍ରବାସୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିଥିବା ବେଳେ ଆଗକୁ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବା ନେଇ ଓଡିଶା ଆସିବେ । ଏହା ସହ ବିଜେପି ପକ୍ଷରୁ ସମ୍ବିଧାନ ଗୌରବ ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଗକୁ ସାରା ରାଜ୍ୟରେ ଦଳ ପକ୍ଷରୁ ୫୦ଟି ସ୍ଥାନରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ ହେବାର କାର୍ଯ୍ୟକ୍ରମ ବି ରହିଛି । ଯେଉଁଥିରେ ବିଜେପିର କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏପରିକି ଜାନୁଆରୀ ୨୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସମ୍ବିଧାନ ଗୌରବ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତା ଅନୁରାଗ ଠାକୁର ସାମିଲ ହୋଇ ଏହାର ଶୁଭାରମ୍ଭ କରିଛନ୍ତି । ଏବଂ ଆଗକୁ ଆହୁରି ବଡ ବଡ ନେତା ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି । ଆଉ ଏସବୁ ବିଚାରକୁ ନେଲେ ଚଳିତ ଜାନୁଆରୀ ମାସ ଉଭୟ ବିଜେପି ସରକାର ଏବଂ ସଙ୍ଗଠନକୁ ଆହୁରି ସୁଦୃଢ କରିବା ପାଇଁ ଏବଂ ଆଗକୁ ଆସୁଥିବା ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ମୂଳଦୁଆ ପଡିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ଅନ୍ୟପଟେ ଦେଖିବାକୁ ଗଲେ, ବିଭିନ୍ନ କାର୍ଯ୍ୟକ୍ରମର ଆଳ ଦେଖାଇ ଓଡିଶାକୁ ବିଜେପିର ହାଇକମାଣ୍ଡ ମାନେ ଜଣଙ୍କ ପରେ ଜଣେ ଆସୁଛନ୍ତି । ସେ ଡିଜିପି ସମ୍ମିଳନୀ ହେଉ ବା ପ୍ରବାସୀ ଭାରତୀୟ ସମ୍ମିଳନୀ । କିନ୍ତୁ ଏ ସବୁ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଦିଲ୍ଲୀ ନେତାମାନେ ରାଜ୍ୟ ବିଜେପିକୁ ଆହୁରି ମଜବୁତ ହେବା ନେଇ ଏବଂ କିପରି ବିରୋଧୀଙ୍କୁ ସାମ୍ନା କରିବେ ସେନେଇ କର୍ଣ୍ଣମନ୍ତ୍ର ଦେଉଛନ୍ତି । ଯେଉଁଥିରୁ ରାଜ୍ୟରେ ସରକାରରେ ଥାଇ ବି ବିଜେପି ନେତାମାନେ ବିରୋଧୀଙ୍କ ଆଗରେ ଫିକା ପଡୁଥିବା କୁହାଯାଉଛି । ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା ସମସ୍ତେ ଓଡିଶାକୁ ବାରମ୍ବାର ଆସି ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ବୁଦ୍ଧି ଶିଖେଇ ଯାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ତେବେ ଦେଖାଯାଉ ସମ୍ବିଧାନ ଗୌରବ ଦିବସ କାର୍ଯ୍ୟକ୍ରମ ଆଳରେ ବିଜେପି କେଉଁ ନୂଆ ରଣନୀତି ପ୍ରସ୍ତୁତ କରୁଛି

author

Related Articles

Leave a Reply

Your email address will not be published. Required fields are marked *