ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍ । ଜାନୁଆରୀ ୩୧ ତାରିଖ ପୂର୍ବରୁ ଅଯୋଗ୍ୟ ହିତାଧିକାରୀ ନିଜ ନିଜ ରାସନକାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କରିଛନ୍ତି ମନ୍ତ୍ରୀ । ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। କିଏ ସରକାରୀ ଚାକିରୀ କରିଛି ତ ଆଉ କିଏ ଡାକ୍ତର, ଏପରିକି ଶିକ୍ଷକ ମଧ୍ୟ ରାସନକାର୍ଡ ଲିଷ୍ଟରେ ରହିଛନ୍ତି । ତେଣୁ ସମସ୍ତଙ୍କୁ ଯୋଗାଣମନ୍ତ୍ରୀ ସରେଣ୍ଡର କରିବାକୁ ଅଫିଲ କରିଛନ୍ତି । ତେବେ ଜାନୁଆରୀ ୩୧ ତାରିଖରେ ଇକେୱାଇସି ପ୍ରକ୍ରିୟା ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ସରେଣ୍ଡର କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ ଏବଂ କାର୍ଡ ସରେଣ୍ଡର କରିଦେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଛନ୍ତିା

You can share this post!
author