ମାଲକାନାଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ୱର ଶେଷ ସୁଦ୍ଧା ରନୱେର ଟ୍ରାଏଲ ରନ ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି । ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛନ୍ତି ଠିକାଦର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଜାନୁଆରୀରେ ଏହି ବିମାନବନ୍ଦର ଉଦ୍ଘାଟିତ ହେବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କ୍ରୀଡା ସଚିବ ତଥା ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ ।

- December 26, 2023
0
76
Less than a minute
You can share this post!
author