କଳାବାଦଲ ପରି ଘୋଟିଗଲା କ୍ୟାନସର ରୋଗର ଛାୟା । ଛଡାଇନେଲା ସବୁ ସୁଖ । ପୋଛିଦେଲା ମଥାର ସିନ୍ଦୂର । ବିଧିର ବିଧାନ କେ କରିବ ଆନ, ଦେଖୁ ଦେଖୁ ଭାଙ୍ଗି ଚୁନା ହୋଇଗଲା ବିବେକ ଓ ସୃଜନାଙ୍କ ପ୍ରେମ କାହାଣୀ । ଉଜୁଡିଗଲା ସୁନାର ସଂସାର । ସୋସିଆଲ ମିଡିଆରେ ପରିଚିତ ଦୁଇ ପ୍ରେମପକ୍ଷୀଙ୍କ ଉପରେ ବୋଧ ହୁଏ କାହାର ନଜର ଲାଗିଗଲା । ଜୀବନ ଯୁଦ୍ଧରେ ହାରିଗଲେ ଫେମସ ଇନଫ୍ଲୁଏନସ ବିବେକ ପାଙ୍ଗି । ବିବେକ ଓ ତାଙ୍କ ପତ୍ନୀଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ । ସ୍ୱାମୀଙ୍କୁ କ୍ୟାନସର ହୋଇଥିଲେ ବି ତାଙ୍କ ହାତ ନ ଛାଡି ଅନେକଙ୍କ ପାଇଁ ଉଦାହରଣ ସାଜିଥିଲେ ତାଙ୍କ ପତ୍ନୀ ସୃଜନା ।
ବାହାଘରର ଦୁଇ ବର୍ଷ ପରେ ସ୍ୱାମୀଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା ତାହା ବି ଶୁଣି ଥାର୍ଡ ଷ୍ଟେଜ । ଅନ୍ୟକେହି ପତ୍ନୀ ହୋଇଥିଲେ ତ ଅଧାରେ ଛାଡି ଚାଲିଯାଇଥାନ୍ତା କିନ୍ତୁ ସ୍ୱାମୀଙ୍କ କଷ୍ଟକୁ ନିଜର କରି ପାଦ ସହିତ ପାଦ ମିଶାଇ ଚାଲିଥିଲେ ପତ୍ନୀ ସୃଜନା । ନା ଅଧାରେ ତାଙ୍କ ହାତ ଛାଡିଲେ ନା ତାଙ୍କୁ ବେସାହାରା କରି ଛାଡି ଚାଲିଗଲେ । ସେମିତି କିଛି ବି ନ କରି ପ୍ରେମ ପାଇଁ ନିଜ ଜୀବନର ସବୁ କିଛି ସମର୍ପଣ କରିଦେଇଥିଲେ ପତ୍ନୀ ସୃଜନା । ବାହାଘର ବେଦୀରେ ସାତ ଫେରା ନେଇ ସାରା ଜୀବନ ସାଥ ଦେବାର ଯେଉଁ କଥା ଦେଇଥିଲେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ମେଡିକାଲ ବେଡରେ ପଡିଥିବା ବେଳେ ସ୍ୱାମୀଙ୍କ ଯେପରି ନେଉଥିଲେ ତାହା ସୋସିଆଲ ମଡିଆରେ ଆମେ ସମସ୍ତେ ଦେଖିଲେ । କିନ୍ତୁ ଶେଷରେ ବିବେକ ତାଙ୍କ ପାଖରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ ଦୁହିଁଙ୍କ ଏହି ପ୍ରେମ କାହଣୀ ଆଜି ବିଶ୍ୱରେ ଲିପିବଦ୍ଧ ହୋଇ ରହିଯାଇଛି ।