ଖଲ୍ଲିକୋଟରେ ବ୍ଲକ ସ୍ତରୀୟ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି .ଆୟୋଜିତ ଅଭିଯୋଗ ଶୁଣାଣିରେ ଗଞ୍ଜାମ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ଓ ଅତିରିକ୍ତ ଜିଲ୍ଲପାଳ ପ୍ରମୋଦ କୁମାର ପୃଷ୍ଟି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ଦାସ, ଛତ୍ରପୁର ଉପ – ଜିଲ୍ଲପାଳ ଶିବାଶିଷ ବରାଳ ଓ ଖଲ୍ଲିକୋଟ ବି ଡି ଓ ଦେବାଶିଷ ସାମଲ ଓ ତହସିଲଦାର ଡି ମାଲେଶ୍ୱର ପାତ୍ର ଙ୍କ ସମେତ ଖଲ୍ଲିକୋଟ ଆଇ ଆଇ ସି ରମେଶ କୁମାର ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ଗନ୍ତାୟତ, ଜିଲ୍ଲା କଲ୍ୟାଣ ଅଧିକାରୀ ସମେତ ଶିକ୍ଷା, ମତ୍ସ୍ୟ, ପଶୁପାଳନ ,କୃଷି, ସମେତ ସମସ୍ଥ ଲାଇନ ଅଫିସର ମାନେ ଯୋଗ ଦେଇ ଅଭିଯୋଗ କାରୀଙ୍କ ସମସ୍ୟା ବୁଝିଥିଲେ .ଅଭିଯୋଗ ମଧ୍ୟରୁ ଆବାସ, ଭତ୍ତା ,ରେସନ କାର୍ଡ ,ରାସ୍ତା ନିର୍ମାଣ, ପାନୀୟ ଜଳ ସମସ୍ୟା ସହ ସ୍କୁଲ ପାଚେରୀ ଭଳି ସମସ୍ୟା ସମ୍ବଳିତ ଅଭିଯୋଗ ପତ୍ର ଦଖଲ ହୋଇଥିଲା . ଖଲ୍ଲିକୋଟ ଏନ ଏ ସି ର ୭ ନମ୍ବର ୱାର୍ଡ ର ୯ ଗୋଟି ମହିଳା ଗୋଷ୍ଟିର ସଦସ୍ୟ ମାନେ ଅଭିଯୋଗ ପ୍ରକୋଷ୍ଟ ରେ ପହଞ୍ଚି.ଅଭିଯୋଗ କରିବା ସହ ବଳିୟାରସିଂ ପୋଖରୀ ର ନବୀକରଣ କାର୍ଯ୍ୟ ୭୫ ଭାଗ କାମ କରିଥିଲେ ମଧ୍ୟ ଦୀର୍ଘ ଦେଢ଼ ବର୍ଷ ହେଲା ସେମାନଙ୍କ ପ୍ରାପ୍ୟ ଅର୍ଥ ମିଳିନଥିବା ଜିଲ୍ଲପାଳ ଙ୍କ ଆଗରେ ବଖାଣିବା ସହ ପ୍ରାପ୍ୟ ଅର୍ଥ ନ ମିଳିଲେ ଆତ୍ମହୁତି ଦେବା ନେଇ ଧମକ ଦେଇଥିଲେ | ବ୍ଲକ ପ୍ରଶାସନ ତରଫରୁ ଜନ ଶୁଣାଣି ସମ୍ପର୍କ ରେ ପ୍ରଚାର ପ୍ରସାର ନ ହେବା ଫଳରେ ଜନ ଶୁଣାଣି ରେ ବହୁ ଅଭିଯୋଗ କାରି ଅଂଶ ଗ୍ରହଣ କରି ପାରି ନ ଥିଲେ. ସରପଞ୍ଚ ମାନଙ୍କୁ ଗତକାଲି ସନ୍ଧ୍ୟା ଆଠ ଘଣ୍ଟ ସମୟରେ ମେସେଜ ମିଳିଥିବା ପ୍ରକାଶ .ଗଞ୍ଜାମ ଜିଲ୍ଲପାଳ ଶ୍ରୀ ପରିଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଏକ ବୈଷୟିକ ଟିମ କୁ ପୋଖରୀ ର ଆବଶ୍ୟକ ମାପ ଚୁପ ପରେ ବକେୟା ପୈଠ କରାଯିବ ବୋଲି କହିବା ସହିତ ଦାଦନ ସମସ୍ୟା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି ବୋଲି କହିଥିଲେ. ୩୦ ନମ୍ୱର ରାଜ୍ୟ ରାଜ ପଥ ରେ ସ୍ପିଡ ବ୍ରେକେର ଓ ଖୁବ ଶୀଘ୍ର ଏନ ଏ ସି ର ଆଲୋକ କରଣ କାର୍ଯ୍ୟକାରୀ କରିବା ସହ ମୁକ୍ତା ଯୋଜନା ମାଧ୍ୟମ ରେ ନିର୍ମାଣ କାର୍ଯ୍ୟ କରିଥିବା ମହିଳା ଗୋଷ୍ଟି ଙ୍କୁ ସେମାନଙ୍କ ବକେୟା ଅର୍ଥ ପ୍ରଦାନ ପାଇଁ ଆବଶ୍ୟକ ଆର୍ଟ ଯୋଗାଡ଼ କରାଯାଉଛି ବୋଲି ସୂଚନା ଦେଇଥିଲେ.
