ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ବିଭାଗ ମିଳିତ ଆନୁକୁଲ୍ୟରେ କାମାକ୍ଷା ନଗର ସାରଙ୍ଗଧର ଷ୍ଟାଡିୟମରେ ଥିବା ଅଡିଟୋରିୟମ ହଲରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଜୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି , ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିପ୍ତି ରଞ୍ଜନ ସେଠୀ, ଉପଜିଲ୍ଲାପାଳ ଦିନମଣି ନାୟକ, ଜିଲ୍ଲା ନିୟୋଜନ ଅଧିକାରିଣୀ କେ. ରୋଜା. ଦୋରା,ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ତହସିଲ୍ ଦାର ଶୁଭଙ୍କର ମାହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନିଯୁକ୍ତି ଯୋଜନା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଡିଓ ପ୍ରଭୁ କଲ୍ୟାଣ ଦାଶ ଶେଷରେ ଧନ୍ୟବାଦ ଦେଇଥିଲେ ।ରାଜ୍ୟର ବିଭିନ୍ନ କମ୍ପାନୀର ୪୦ଟି ଶିଳ୍ପଦ୍ୟୋଗୀ ଯୋଗ ଦେଇ ଏକ ହଜାରରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କର ନାମ ପଞ୍ଜିକୃତ କରିଛନ୍ତି। ଯେଉଁମାନଙ୍କର ଦକ୍ଷତା ସାର୍ଟିଫିକେଟ୍ ରହିଛି ସେମାନଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଓ ଯେଉଁମାନେ କୌଣସି ଦକ୍ଷତାର ସାର୍ଟିଫିକେଟ୍ ନାହିଁ ସେମାନଙ୍କୁ ତାଲିମ୍ ପ୍ରଦାନ କରାଯାଇ ନିଯୁକ୍ତି ଦିଆଯିବ ବୋଲି ଅତିଥି ମାନେ ସୂଚନା ଦେଇଥିଲେ I

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025