ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ଓ ବାଲ୍ୟବିବାହ ପ୍ରତିରୋଧ ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ଓ ବାଲ୍ୟବିବାହ ପ୍ରତିରୋଧ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ସଚେତନତା ସଭା ତଥା ଜିଲ୍ଲା ବାଲ୍ୟ ବିବାହ ନିଷେଧ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱାନେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାସ ସ୍ୱାଗତ ଭାଷଣ ଦେବା ସହିତ ମିଶନ ବାତ୍ସଲ୍ୟ ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ବୈଠକ ରେ ବାଲ୍ୟ ବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ ପିପିଟି ମାଧ୍ୟମରେ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମ ର ବିବରଣୀ ଦେବା ସହିତ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟ ରେ ବୁଝାଇଥିଲେ l ଏକ୍ସନଏଡ଼ ର ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା ଯୋଗ ଦେଇ ଚାଇଲଡ ଫ୍ରେଣ୍ଡଳୀ ପଞ୍ଚାୟତ ର ରୂପରେଖ ଓ ବିଭିନ୍ନ ବିଭାଗ ର ପରସ୍ପର ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ନରୱାନେ ବାଳିକା ଶିକ୍ଷା, କୈଶୋର ମାତୃତ୍ୱ, ବାଳିକା ଭୃଣ ହତ୍ୟା ଆଦି ସମ୍ବେଦନଶୀଳ ବିଷୟ ଗୁଡିକରେ ଆଲୋଚନା ପୂର୍ବକ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ପରସ୍ପର ସହଯୋଗ ରେ କାମ କରିବାକୁ ପରାମର୍ଶ ଦେଇଥିଲେ l

ଏହି ବୈଠକ ରେ ଅତିରିକ୍ତ ପୋଲିସ ଅଧିକ୍ଷକ, ସି ଡି ଏମ ଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା, ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାର୍ଯ୍ୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଚାଇଲଡ ଲାଇନ ନିର୍ଦେଶକ ଅନଙ୍ଗ ନେଗୀ, ସମସ୍ତ ସି ଡି ପି ଓ, ଆଦି ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ ସେଣ୍ଟର ର କର୍ମକର୍ତ୍ତା, ଚାଇଲଡ ଲାଇନ କର୍ମକର୍ତ୍ତା, ସ୍ଵଧାର ଗୃହ ର କର୍ମକର୍ତ୍ତା, ନିଜ ନିଜର ତଥ୍ୟ ଉପସ୍ଥାପନ କରିଥିଲେ l ଶ୍ରୀ ବିଶ୍ୱେଶ୍ୱର ହୋତା, ସ୍ୱାଗତରାଜ ମିଶ୍ର, ସରିତା ସୁନା, ବିଜୟ ବିଶ୍ୱାଳ, ପ୍ରଶାନ୍ତ ମହାକୁଡ଼ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l l

author

Related Articles

Leave a Reply

Your email address will not be published. Required fields are marked *