ଜି -୨୦ ସମ୍ମିଳନୀ ରେ ଯୋଗ ଦେବେ ନାହିଁ ସ୍ପେନ ରାଷ୍ଟ୍ରପତି

ଜି -୨୦ ସମ୍ମିଳନୀ ରେ ଯୋଗ ଦେବେ ନାହିଁ ସ୍ପେନ ରାଷ୍ଟ୍ରପତି

ଆମେରିକା ର ରାଷ୍ଟ୍ରପତି ଜିଓ ବାଇଡେନ ପତ୍ନୀ ଙ୍କ ପରେ ପରେ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ କୋଭିଡ ସଂକ୍ରମିତ ହୋଇଛନ୍ତି I ଏ ନେଇ ସ୍ପେନ ରାଷ୍ଟ୍ରପତି ନିଜେ ସୋସିଆଲ ମେଡିଆ ରେ ସୂଚନା ଦେଇଛନ୍ତି I ଏହି ପରିପ୍ରେକ୍ଷୀରେ ଜି-୨୦ ସମ୍ମିଳନୀ କୁ କୋଭିଡ ର ଭୟ ଘାରିଛି I ସ୍ପେନ୍ ରାଷ୍ଟ୍ରପତି ଟୁଇଟ୍ କରି ଲେଖିଛନ୍ତି ଯେ ମୁଁ ଏବେ ଠିକ୍ ଅନୁଭବ କରୁଛି । ହେଲେ ମୁଁ ଭାରତ ଯାତ୍ରା କରିପାରିବି ନାହିଁ । ଜି-୨୦ ସମ୍ମିଳନୀରେ ସ୍ପେନ୍ ତରଫରୁ ଉପରାଷ୍ଟ୍ରପତି ନଦିଆ କ୍ୱାଲଭିନୋ ଏବଂ ବିଦେଶ ମନ୍ତ୍ରୀ ଜୋସ୍ ମ୍ୟାନୁଆଲ୍ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଆଜି ଆମେରିକା ରାଷ୍ଟ୍ରପତି ଜିଓ ବାଇଡେନ ଦିଲ୍ଲୀ ରେ ଆସି ପଂହଁଚିବେ I ଭାରତ ଆସିବା ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ରିପୋର୍ଟ ନେଗେଟିଭ ଆସିବା ପରେ ସେ ଭାରତ ର ଜି-୨୦ ସମ୍ମିଳନୀ ରେ ଯୋଗ ଦେବା ପାଇଁ ଆସୁଛନ୍ତି I

author

Related Articles

Leave a Reply

Your email address will not be published. Required fields are marked *