ପୁଣି ବାଜିଲା ନିର୍ବାଚନର ବିଗୁଲ । ୧ ବର୍ଷ ପରେ ପୁଣି ଏକ ନିର୍ବାଚନର ସାମ୍ନା କରିବେ ନବୀନ-ମୋହନ । ହଁ ଆଜ୍ଞା, ଆସନ୍ତା ଜୁନ୍ ୨୩ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ଉପନିର୍ବାଚନ । ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ପରେ ରାଜ୍ୟ ରାଜନୀତିର ମାହୋଲ ଆହୁରି ସରଗରମ ରହିଛି । ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପରେ ଏବେ ପଞ୍ଚାୟତ ସ୍ତରରେ ବିଜେପିକୁ ଲୋକେ ଭୋଟ ଦେବେ ନା ମୋହନ ସରକାରରେ ମାତ୍ର ୧ ବର୍ଷରେ ଅତିଷ୍ଠ ହୋଇ ପୁଣି ବିଜେଡି ଆଡକୁ ଢଳିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣିା
ତେବେ ବିଜ୍ଞପ୍ତି ଅନୁସାରେ, ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ଉପ-ନିର୍ବାଚନ କରାଯିବ । ୨୨ ତାରିଖ ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି ହେବ । ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଆସନ୍ତା ଜୁନ୍ ୪ ତାରିଖ ଅପରାହ୍ନ ୩ଟା ପର୍ୟ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ୟ୍ୟ କରାଯାଇଛି । ପରେ ପଞ୍ଚାୟତ ଅଫିସରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ । ୨୪ ତାରିଖ ସକାଳ ୮ ଟାରୁ ବ୍ଳକ ଅଫିସରେ ଭୋଟ ଗଣତି ହେବ ।
ଅନ୍ୟପଟେ ଜୁନ୍ ୧୨ ତାରିଖରେ ରାଜ୍ୟରେ ମୋହନ ସରକାରଙ୍କୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । କିନ୍ତୁ ଏହି ଏକ ବର୍ଷ ଭିତରେ ଯେ. ରାଜ୍ୟରେ କେତେ ପରିବର୍ତନ ଘଟିଛି ତାହା କାହାକୁ ଅଛପା ନାହିଁ । ଅଧାରୁ ଅଧିକ ଲୋକ ମୋହନ ସରକାରରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ପୂର୍ବ ସରକାରରେ ଯେଉଁ ସବୁ ସୁବିଧା ସୁଯୋଗ ମିଳୁଥିଲା ସେ ସବୁ ମଧ୍ୟ ଏ ସରକାର ବନ୍ଦ କରିଦେଇଛନ୍ତି । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଭରି ରହିଛି । ଏବଂ ଏସବୁର ପ୍ରଭାପ୍ପଞ୍ଚାୟତ ଉପନିର୍ବାଚନରେ ପଡିବା ନେଇ ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ପଞ୍ଚାୟତ ଉପନିବାଚନରେ କିଏ ବାଜିମାତ୍ କରୁଛି ଏବଂ ଲୋକଙ୍କ ସପୋର୍ଟ କାହାକୁ ମିଳୁଛି ।