ସତସତିକା ଜେଲ୍ ଗଲେ ପୁଷ୍ପାରାଜ । ଫିଲ୍ମରେ ଜେଲ ଯିବାରୁ ବଞ୍ଚିବା ପାଇଁ ପ୍ଲାନ କରି ସକସେସ ହେଉଥିବା ପୁଷ୍ପା ରିଅଲ ଲାଇଫରେ କିନ୍ତୁ ଫସିଯାଇଛନ୍ତି । ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏବଂ କିଛି ଜଣ ଆହତ ହୋଇଥିଲେ । ଏହି ଘଟଣା ପାଇଁ ପୋଲିସ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା । ପୂର୍ବରୁ ଥିଏଟର ମାଲିକଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା । ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଆଜି ଗିରଫ କରିଥିଲେ। କିନ୍ତୁ ଗିରଫ ହେବାର କିଛି ସମୟ ପରେ ଅଲ୍ଲୁ ଅର୍ଜୁନ ନିଜ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଜାମିନ୍ ଖାରଜ କରିବା ପରେ ଏବେ ସେ ଜେଲ୍ ଯାଇଛନ୍ତି । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଅଲ୍ଲୁ ଅର୍ଜୁନ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025