- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ ବିସ୍ଫୋରଣ
- ମୋଦିଙ୍କୁ ଖାତିର କଲେନି ସମ୍ୱଲପୁର ବିଧାୟକ,କହିଦେଲେ ସବୁ ସତ
- ବିଜେପିରେ ଜୟନାରାୟଣଙ୍କ ବିରୁଦ୍ଧରେ ଚାଲିଛି ବଡ ଷଡଯନ୍ତ୍ର
- ବିଷ ଓଗାଳିଲେ କହିଲେ ମୁଁ ତଡାଖିଆ ନେତା
ମୋଦିଙ୍କ ଆଗରେ ସମ୍ୱଲପୁର ବିଧାୟକ କହିଦେଲେ ସବୁ ସତ କଥା । କାହାକୁ ମାନିଲେନି ଭରା ସଭାରେ କହିଲେ ମୁଁ ବିଜେପିରୁ ତଡାଖିଆ ନେତା । ବିଜେପିରୁ ଏବେ ବି ସାଇଡଲାଇନ ଅଛି । ତିନିଦିନିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର କାର୍ଯ୍ୟକର୍ତ୍ତାଙ୍କ ସହିତ ବୈଠକ କରି ସେମାନଙ୍କୁ ଗୁରୁମନ୍ତ୍ର ଦେଲେ ହେଲେ ଶେଷରେ ବିଜେପି ହାଇକମାଣ୍ଡଙ୍କୁ ଖାତିର ନାହିଁ । ବିଜେପିର ବରିଷ୍ଠ ବିଧାୟକ ସ୍ମୃତି ସଭାରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି କହିଛନ୍ତି କି ତାଙ୍କ ବିରୁଦ୍ଧରେ ଏବେ ପର୍ଯ୍ୟନ୍ତ ରୀତିମତ ଚକ୍ରାନ୍ତ ଚାଲିଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସ୍ମୃତି ସଭାରେ ଏମିତି କିଛି କହିଛନ୍ତି ବିଜେପିର ବରିଷ୍ଠ ନେତା ଜୟନରାୟଣ ମିଶ୍ର । ତେବେ ଚର୍ଚ୍ଚା କାହିଁକି ଭରା ସଭାରେ ଏପରି ବିଷୋଦଗାର କଲେ ସମ୍ୱଲପୁର ବିଧାୟକ ।
ହଁ ଆଜ୍ଞା ଦୀର୍ଘ ଦନ ପରେ ପୁଣିଥରେ ଜୟନାରାୟଣ ମିଶ୍ରଙ୍କୁ ନେଇ ଚର୍ଚ୍ଚା ବଢିଛି । ଭରା ସଭାରେ ଜୟଙ୍କ ଏପରି ଭାଷଣ ବିଜେପି ଭିତରେ ସୃଷ୍ଟି ହୋଇଥିବା ଅନ୍ତକନ୍ଦଳକୁ ପଦାରେ ପକାଇଛି । ଭାରତୀୟ ଜନତା ପାର୍ଟି ସରକାର ଗଢିବା ପରେ ବିଜେପିର ବହୁ ବରିଷ୍ଠ ଓ ଯୁବ ନେତୃବୃନ୍ଦଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଗଲା । କିନ୍ତୁ ବିଜେପିର ଏହି ବରିଷ୍ଠ ନେତା ତଥା ଚାରି ଚାରି ଥର ବିଧାୟକ,ବିରୋଧି ଦଳରେ ରହିଥିବା ବେଳେ ବିରୋଧ ଦଳ ନେତା ଭାବେ ଦଳ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ପାଇଁ ଉଚିତ ମନେ କଲା ନାହିଁ । ଯାହା ପରଠାରୁ ଅସନ୍ତୁଷ୍ଟ ଜୟନାରାୟଣ ନିଜର ବିଷ ଓଗାଳିବାରେ ଲାଗିଛନ୍ତି । ଖାଲି ସେତିକି ନୁହେଁ ବରଂ ପାର୍ଟିର କିଛି ଲୋକ ତାଙ୍କୁ ହଇରାଣ କରୁଥିବା କଥା କହିଛନ୍ତି ।
ମନରେ ଅସନ୍ତୋଷ ରଖି ଜୟନାରାୟଣ ଯେଉଁ ବାଣ ଛାଡିଲେ ତାହା ଏବେ ରାଜନୈତିକ ବୟାନ ବାଜି ବଢାଇଛି । ପ୍ରଶ୍ନ ଉଠୁଛି କିଏ କରରୁଛି ଜୟନାରାୟଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର ? ନା ନନେଇ ବିଜେପିର କେଉଁ ନେତାଙ୍କୁ ଏପରି କହିଲେ ସମ୍ୱଲପୁର ବିଧାୟକ ? ଜୟଙ୍କ ବିରୁଦ୍ଧରେ ଯେଉଁ ରୀତିମତ ଷଡଯନ୍ତ୍ର କରାଯାଉଛି ଏଥିରେ କାହାର ହାତ ରହିଛି ?
ସଭାରେ ସମ୍ୱଲପୁର ବିଧାୟକଙ୍କ ଏପରି ବିଷୋଦଗାର ପରେ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମନମୋହନ ସାମଲ କହିଥିଲେ ବିଜେପିରେ ସମସ୍ତେ କାର୍ଯ୍ୟକର୍ତ୍ତାଙ୍କୁ ସମାନ ନ୍ୟାୟ ମିଳେ କାହାକୁ ପାତର ଅନ୍ତର କରାଯାଏ ନାହିଁ କହି ଏହାକୁ ଖଣ୍ଡନ କରିଥିଲେ । ତେବେ ଧିରେ ଧୀରେ ବିଜେପିରେ କୁହୁଳୁଥିବା ଜୟ ଅସନ୍ତୋଷ ଆଗକୁ ବିଜେପିରେ କେଉଁ ବିସ୍ଫୋରଣ କରୁଛି ତାହା ଦେଖିବାକୁ ଅପେକ୍ଷା ।