ଜୟଙ୍କ ବିବାଦୀୟ ବୟାନ ଅଡୁଆରେ ମୋହନ

ଜୟଙ୍କ ବିବାଦୀୟ ବୟାନ ଅଡୁଆରେ ମୋହନ

ପୁଣି ଚର୍ଚ୍ଚାରେ ସମ୍ୱଲପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ସର୍ବଦା ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସୁଥିବା ଏହି ବରିଷ୍ଠ ନେତାଙ୍କ ଏପରି ବୟାନ ଏବେ ମୋହନ ସରକାରଙ୍କୁ ଅଡୁଆରେ ପକାଇଛନ୍ତି ଜୟନାରାୟଣ ମିଶ୍ର । ହଁ ଦର୍ଶକବନ୍ଧୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ ସମୟରେ ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ବିଜେପିର ହୀନ ମାନସିକତାକୁ ପଦାରେ ପକାଇଛି ।

ଯେଉଁ ଓଡିଆ ଅସ୍ମିତାକୁ ଆୟୁଧ କରି ସରକାରକୁ ଆସିଲେ ହେଲେ ଏବେ କୁଆଡେ ଗଲା ସେହି ଓଡିଆ ଅସ୍ମିତା । ଖୋଲା ମଞ୍ଚରେ ଓଡିଶା ବିରୋଧରେ ଏମିତି କହିଲେ ଆଉ ବର୍ଷିଲେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଏକ ଐତିହାସିକ ଭୁଲ କହିଛନ୍ତି ଜୟନାରାୟଣ । ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରିବାକୁ ଯାଇ ଓଡିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ମତ ରଖିଛନ୍ତି ଜୟନାରାୟଣ । ଖାଲି ସେତିକି ନୁହେଁ ବରଂ ସେ କହିଛନ୍ତି ଯେ ଦେଶରେ କେବଳ ସଙ୍ଗୀତ ଗାନ ହୋଇପାରିବ । ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମରେ କାହିଁକି ବନ୍ଦେ ଉତ୍କଳ ଜନନୀ ବଜାଯାଉଛି ମୁଁ ବୁଝିପାରୁନାହିଁ । ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଆମେ ଆନ୍ଦୋଳନ କରିଥିଲୁ ଓଡିଶା ଗଠନରେ ଆମର ଭୂମିକା ରହିଛି କିନ୍ତୁ ଆମକୁ ଅଣଦେଖା କରାଯାଉଛି । ସୁଭଦ୍ରା ସଭା ମଞ୍ଚରେ ଓଡିଶାକୁ ନେଇ ଏପରି କିଛି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ।

ଜୟଙ୍କ ଏପରି ବୟାନକୁ ନେଇ ଏବେ ତେଜିଛି ରାଜନୀତି । ବିଧାନସଭାରେ ନିଜ ନିର୍ବାଚନ ମଣ୍ଡଳୀର ବିକାଶକୁ ନେଇ ଗୋଟିଏ ବି ପ୍ରଶ୍ନ କରୁନାହାନ୍ତି । ଭରା ସଭାରେ ଓଡିଆ ଅସ୍ମିତାକୁ ଅପମାନ କରିଛନ୍ତି । ସେପଟେ ଜୟଙ୍କ ବୟାନ ପରେ ଚିହିଁକି ଉଠିଛି ବିଜେଡି ଓ କଂଗ୍ରେସ । ବିଜେପି ନେତାଙ୍କ ଏପରି ବୟାନ ପରେ ବି କାହିଁକି ମୁହଁ ଖୋଲୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେ ନେଇ ପ୍ରଶ୍ନ କରିଛି ବିରୋଧି ବିଜେଡି । କେବଳ ସେତିକି ନୁହେଁ ଛାତ୍ର ବିଜେଡି ତରଫରୁ ଜୟନାରାୟଣଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ଜୟନାରାୟଣଙ୍କ ଇସ୍ତଫା ଦାବି କରିଛି ବିଜେଡି । ତେବେ ଦେଖିବାକୁ ଅପେକ୍ଷା ଜୟଙ୍କ ଏପରି ବୟାନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଣ ଆକ୍ସନ ନେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *