ଏବେ ବି ଯାଜପୁରରେ କମିନି ବବିଙ୍କ ଚମକ । ବବିଙ୍କ ନାଁରେ କମ୍ପୁଛି ଯାଜପୁର ମାଟି । ହଁ ଆଜ୍ଞା, ଗତ ନିର୍ବାଚନରେ ବିଜେଡିର ଯାଜପୁର ଗଡ ଭୁଷୁଡିପଡିଛି । ପୂର୍ବରୁ ଯାଜପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ବିଜେଡିର ବିଜୟ ପତାକା ଉଡୁଥିଲା । କିନ୍ତୁ ଗତ ନିର୍ବାଚନରେ ୩ଟି ଆସନକୁ ଛାଡିଦେଲେ ବାକି ୪ଟି ଆସନରେ ବିଜେପିର ବିଜୟ ପତାକା ଉଡୁଛି । ବିଞ୍ଝାରପୁର, ବରୀ ଏବଂ ଯାଜପୁର ବିଧାନସଭା ଆସନ ବିଜେଡି କବଜାରେ ଥିବା ବେଳେ କୋରେଇ,ଧର୍ମଶାଳା, ସୁକିନ୍ଦା,ଏବଂ ବଡଚଣାରେ ବିଜେପି ଶାସନ ଗାଦିରେ ବସିଛି । କିନ୍ତୁ ୪ଟି ଆସନ ହାତେଇବା ପରେ ବି ଯାଜପୁରରେ ବବିଙ୍କ ଦବଦବା ରହିଥିବା ଏବଂ ହାରିବା ପରେ ବି ବବିଙ୍କ କ୍ରେଜ କମିନଥିବା ବିଭିନ୍ନ କ୍ଷେତ୍ରକୁ ଦୃଷ୍ଟିକୁ ନେଲେ ସ୍ପଷ୍ଟ ପ୍ରମାଣିତ ହେଉଛି ।
ବବି ଯେଉଁ ସ୍ଥାନକୁ ଗଲେ ତାଙ୍କୁ ଦେଖିବାକୁ ଯେତିକି ଗହଳି ଜମୁଛି , ଦଳରେ ମଧ୍ୟ ତାଙ୍କ ଗୁରୁତ୍ୱ ପୂର୍ବପରି ରହିଛି । ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ଯେତେ ଆଲୋଚନା ହେଲେ ମଧ୍ୟ ଆଜି ବି ଦଳରେ ତାଙ୍କର ଗୁରୁତ୍ୱ ଅଧିକ ରହିଥିବା ଦେଖିବାକୁ ମିଳୁଛି । ଆଜି ବି ବବି ପ୍ରଚ୍ଛଦ ପଟରେ ରହି ଦଳୀୟ ନେତାଙ୍କୁ ଗାଇଡ କରୁଛନ୍ତି ଏବଂ ଆଗାମୀ ରଣନୀତି ନେଇ ନେତାମାନଙ୍କୁ କର୍ଣ୍ଣମନ୍ତ୍ର ଦେଉଥିବା ଏବଂ ନିଜ ସଙ୍ଗଠନକୁ ମଜବୁତ କରୁଥିବା ନଜର ଆସୁଛନ୍ତି । ଏପରିକି ବବିଙ୍କ ଗୋଟିଏ ଡାକରାରେ ଗଣ୍ଡଗୋଳ କରୁଥିବା ଯୁବକମାନେ ଚୁପ୍ ହୋଇଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।
ଆଉ ଏବେ ତ ମଞ୍ଚରେ ବି ବବି ଭାଇ ଆମେ ତମ ଫ୍ୟାନ ଗୀତ ଶୁଣିବାକୁ ମିଳୁଛି । ଯାଜପୁର ବ୍ରଜନଗରରେ ସରସ୍ୱତୀ ମହୋତ୍ସବରେ ହେ ବବି ଭାଇ ଆମେ ତମ ଫ୍ୟାନ ଗୀତ ବାଜୁଥିବା ଶୁଣିବାକୁ ମିଳିଛି । ତେବେ ଏ ଗୀତଟି ନବୀନଙ୍କ ନାଁ ରେ ଥିବା ବେଳେ ବବିଙ୍କୁ ମଧ୍ୟ ସେହି ସମ୍ମାନ ଏବଂ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳିଛି । ଆଉ ଏଥିରୁ ବବି କ୍ୟାମେରା ପଛରେ ରହି ବି ବିଜେପି ନେତାଙ୍କୁ ପଛରେ ପକାଉଥିବା ଚର୍ଚ୍ଚା ଚାଲିଛି ।