ଝାଡଖଣ୍ଡରେ ଚାଲିଛି କାଣ୍ଟେକି ଟକ୍କର । ବିଜେପି ଏବଂ ଜେଏମଏମ ମଧ୍ୟରେ ଚାଲିଛି ନେକ ଟୁ ନେକ୍ ଫାଇଟ । କେତେବେଳେ ବିଜେପି ତ ଆଉ କେତେବେଳେ ଜେଏମଏମ ଲିଡ୍ କରୁଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡ ଅନୁସାରେ. ଝାଡଖଣ୍ଡରେ ଆଗରେ ରହିଛି ହେମନ୍ତ ସୋରେନଙ୍କ ପାର୍ଟି ଜେଏମଏମ । ୮୧ଟି ବିଧାନସଭା ଆସନ ମଧ୍ୟରୁ ୫୫ ଟି ଆସନରେ ଜେଏମଏମ ଏବଂ କଂଗ୍ରେସର ଗଠବନ୍ଧନ ଆଗରେ ରହିଛି । ୫୧ଟି ଆସନରେ କଂଗ୍ରେସ ଏବଂ ଜେଏମଏମ ଦଳର ପ୍ରାର୍ଥୀ ଆଗରେ ରହିଥିବା ବେଳେ ୨୫ ଟି ଆସନ ବିଜେପି ଖାତାରେ ରହିଥିବା ଜଣାପଡିଛି । ସେହିପରି ଅନ୍ୟ ଖାତାରେ କେବଳ ଗୋଟିଏ ଆସନ ରହିଛି । ତେବେ ଏଠାରେ ବହୁମତ ପାଇଁ ୪୨ ଆସନ ଆବଶ୍ୟକ ଥିବାବେଳେ, ବହୁମତଠାରୁ ଆଗରେ ରହିଛି ଇଣ୍ଡି ମେଣ୍ଟ ।

You can share this post!
author