ଝାଡଖଣ୍ଡରେ ସିଧା ସିଧା ମୋଦିଙ୍କୁୁ ଟାର୍ଗେଟ କଲେ ଓଡିଆ ଝିଅ

ଝାଡଖଣ୍ଡରେ ସିଧା ସିଧା ମୋଦିଙ୍କୁୁ ଟାର୍ଗେଟ କଲେ ଓଡିଆ ଝିଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି ଓଡିଆ ଝିଅ । ଝାଡଖଣ୍ଡରେ ଓଡିଆ ଝିଅର ସ୍ୱରରେ କମୁଛି ବିଜେପିର ଚମକ । ପଡୋଶୀ ରାଜ୍ୟ ଝାଡଖଣ୍ଡରେ ବର୍ତ୍ତମାନ ଚାଲିଛି ନିର୍ବାଚନର ମାହୋଲ । ଝାଡଖଣ୍ଡକୁ ନିଜ ଅକ୍ତିଆରକୁ ନେବାକୁ ଭିନ୍ନ ଭିନ୍ନ ରଣନୀତି ସହ ମଇଦାନରେ ସମସ୍ତ ରାଜନୈତିକ ଦଳ । ଖାସ କରି ବିଜେପି ଚଳିତ ଥର ଝାଡଖଣ୍ଡରେ ସରକାର ଗଢିବା ଉଦ୍ଦେଶ୍ୟରେ ନିଜ ପ୍ରଚାର ପ୍ରସାରକୁ ଜୋରଦାର ରଖିଛି । ଏଥିପାଇଁ ଓଡିଶାର ବିଜେପି ନେତାଙ୍କୁ ମଧ୍ୟ ବିଜେପିର ହାଇକମାଣ୍ଡ ଗୁରୁଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସଭାପତି ଏବଂ ଅନ୍ୟ ବିଧାୟକ, ମନ୍ତ୍ରୀ ମାନେ ଝାଡଖଣ୍ଡରେ ଡେରା ପକାଉଛନ୍ତି । ଏବଂ ଓଡିଶାକୁ ଛାଡି ଝାଡଖଣ୍ଡକୁ ଏକ ନମ୍ବର କରିବା ନେଇ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦମ୍ଭୋକ୍ତି ଦେଖାଉଛନ୍ତି । କିନ୍ତୁ ଝାଡଖଣ୍ଡରେ ଏମାନଙ୍କର ରଣହୁଙ୍କାର ଓଡିଆ ଝିଅ କଳ୍ପନା ସୋରେନଙ୍କ ରଣହୁଙ୍କାର ଆଗରେ ଫିକା ପଡୁଥିବା ଦେଖିବାକୁ ମିଳୁଛି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ତଥା ବିଧାୟିକା କଳ୍ପନା ସୋରେନ ଖୋଲା ମଞ୍ଚରେ ବିଜେପି ବିରୁଦ୍ଧରେ ସ୍ୱର ଉଠାଇବା ସହ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି । ଏବଂ କିପରି ବିଜେପି ଜଣେ ଆଦିବାସୀ ନେତାଙ୍କୁ ଜେଲରେ ଭର୍ତ୍ତି କରି ଝାଡଖଣ୍ଡକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିଲେ ସେ ସମ୍ପର୍କରେ ଏକ ଜନସଭାରେ କହି ବିଜେପିକୁ ବାକ୍ୟବାଣରେ ଘାଇଲା କରିଛନ୍ତି କଳ୍ପନା । ଆଉ ଏହି ଭିଡିଓଟି ସୋସିଆଲ ମିଡିଆରେ ମଧଣ୍ଟଟ୍ରେଣ୍ଡ କରୁଛି ।

ତେବେ ବିଜେପି ଏବେ ସମସ୍ତ ନିର୍ବାଚନରେ ଆଦିବାସୀ କାର୍ଡ ଖେଳିବା ସହ ବିଜେପି ସରକାର ଦଳିତ, ଆଦିବାସୀଙ୍କ ପାଇଁ ବୋଲି ମତପ୍ରକାଶ କରୁଛନ୍ତିା ଏବଂ ଏହି ଫର୍ମୁଲା ଓଡିଶାରେ ଆପ୍ଲାଏ କରିବାର ଫଳ ମଧ୍ୟ ବିଜେପିକୁ ମିଳିସାରିଛି । କିନ୍ତୁ ଝାଡଖଣ୍ଡରେ ଜଣେ ଆଦିବାସୀ ନେତାଙ୍କୁ ବିଜେପି ଜେଲ ପଠାଇଥିବା କାରଣରୁ ଏହା ବିଜେପି ଉପରେ ଭାରି ପଡିପାରେ ବୋଲି କୁହାଯାଉଛି । ତେବେ ଦେଖାଯାଉ ଏଥର ଝାଡଖଣ୍ଡ ବାଜିରେ କିଏ ବାଜିମାତ୍ କରୁଛି ଏବଂ ବିଜେପିର ଆଦିବାସୀ କାର୍ଡ କାମ ଦେଉଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *