ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଝାଡଖଣ୍ଡର ପୂରବତମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସେ ଗିରଫ ହେବା ପରେ ଆଜି ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ତାଙ୍କୁ ଶପଥ ପାଠ କରାଇଥିଲେ । ତାଙ୍କ ସହ କଂଗ୍ରେସ ବିଧାୟକ ଅଲଗିର ଆଲାମ ଏବଂ ଆରଜେଡି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପଟେ ଶୁକ୍ରବାର ସୁପ୍ରିମ୍ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ହେମନ୍ତ ସୋରେନ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରିଥିଲେ। ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

You can share this post!
author