୨ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି । ଝାଡଖଣ୍ଡରେ ଆଗକୁ ନିର୍ବାଚନ ଥିବାରୁ ସେଠାରେ ପ୍ରାକ ନିର୍ବାଚନୀ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ୩୦ ତାରିଖରେ ପହଁଞ୍ଚିବା ପରେ ସେ ପ୍ରଥମେ ଝାଡଖଣ୍ଡର ପଶ୍ଚିମ ସିଂହଭୂମର ଜଗନ୍ନାଥ ପୁର ଯିବେ । ପରେ ରାଲିରେ ଯୋଗ ଦେବେ ଏବଂ ୧ ତାରିଖରେ ଝାଡ଼ଖଣ୍ଡର ଚାଇଁବାସାର କୋଲ୍ ହାନ୍ ଯିବେ ମୁଖ୍ୟମନ୍ତ୍ରୀ। ସେଠାରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ। ପଶ୍ଚିମ ସିଂହଭୂମ ଓ ଚାଇଁବାସାର କୋଲରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

You can share this post!
author