ଓଡ଼ିଶାରେ ଆଜି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନ । ରାହୁଲ ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କରିଛନ୍ତି । ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ ଦୁଇ କିଲୋମିଟର ଯାତ୍ରା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ ନେବେ । ଏହା ପରେ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରିଯିବେ । ଲୋକସଭାରେ ପ୍ରଧାନମନ୍ତ୍ରୀ ରଖିଥିବା ଅଭିଭାଷଣ ଉପରେ ନିଜର ମତ ରଖିବେ ରାହୁଲ ଗାନ୍ଧୀ । ସେଥିପାଇଁ ଝାରସୁଗୁଡାରେ କାର୍ୟ୍ୟକ୍ରମ ଶୀଘ୍ର ସରିଯିବ ବୋଲି ସୂଚନା ମିଳିଛି ।

You can share this post!
author