
ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଥିବା ଦିବଂଗତ ନବ ଦାସଙ୍କ ହତ୍ୟା ମାମଲା ଝାରସୁଗୁଡା ଏଡିଜେ କୋର୍ଟରେ ବିଚାରଧିନରେ ଆଜି ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଛି । ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣ ହୋଇଛି । ଗୋପାଳର ଆଇନଜୀବୀଙ୍କ ଅନୁପସ୍ଥିତ କାରଣରୁ ଏଡିଜେ କୋର୍ଟରେ ଟାଇମ ପିଟିସନ ଦାଖଲ ହୋଇଥିଲା । କୋର୍ଟ ଟାଇମ ପିଟିସନ ଗ୍ରହଣ କରିନଥିବା ବେଳେ ଡିସଚାର୍ଜ ପିଟିସନ ଗ୍ରହଣ ହେବ କି ନାହିଁ ତାହାର ବିଚାର କରାଯିବ । ଶୁଣାଣି ବେଳେ ଉଭୟ ପକ୍ଷର ଦଲିଲ ଓ ତଥ୍ୟ ଉପରେ ଆଲୋଚନା କରାଯାଇଥିଲା । ତେବେ ଗୋପାଳ ଜଣେ ମାନସିକ ରୋଗୀ ହୋଇଥିବାରୁ ତାର ସମସ୍ତ ଓøଷଧ ସମ୍ପର୍କରେ ଆଲୋଚନା କରାଯାଇଥିଲା ।