ଦର୍ଶକବନ୍ଧୁ ଆଜିର ଯୁଗରେ ଝିଅମାନେ ଯେ କେତେ ଅବହେଳିତ ଏବଂ କେତେ ଅସୁରକ୍ଷିତ ତାହା ସମସ୍ତେ ସ୍ୱଚକ୍ଷୁରେ ଦେଖୁଛନ୍ତି । କିଛି ଲୋକମାନେ ଅଛନ୍ତି ଝିଅଟିଏ ଜନ୍ମ ହେଲେ ବି ତାକୁ ଘୃଣା କରନ୍ତି । ହଁ ଆଜ୍ଞା ଅବେହଳିତ ନାରୀ ସମାଜ ପାଇଁ ସ୍ୱର ଉଠାଇବା ପାଇଁ ଆଗେଇ ଆସିଛନ୍ତି ଜଣେ ପୁଅ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁଅରୁ ଝିଅ ପାଲଟିଛନ୍ତି ଏହି ଯୁବତୀ ଜଣକ । ଦିନେ ସେ ପୁଅ ଥିଲେ କିନ୍ତୁ ଆଜି ସେ ଝିଅ । ତାଙ୍କ ଚାଲିଚଳନ କି ରଙ୍ଗ ଢଙ୍ଗରୁ ଆଭାସ ପାଇବେନି କି ଦିନେ ସେ ଜଣେ ପୁରୁଷ ଥିଲେ । ପୁଅଟେ ହୋଇ ଜନ୍ମ ହେବା ସହ ପାଠ ପଢି ଚାକିରୀ ମଧ୍ୟ କରିଥିଲେ । ନା ତାଙ୍କର ହେଉଛନ୍ତି ଅଜୟ ବାରିକ ଘର ବାଲେଶ୍ୱରର ଜଳେଶ୍ୱର ବ୍ଲକର ନମକନା ଗାଁ ଅଞ୍ଚଳରେ । ପାଠପଢା ଶେଷ ହେବା ପରେ କୋଲକାତାରେ ରହି ଏକ ଘରୋଇ କମ୍ପାନୀରେ ସେ ଚାକିରୀ କରୁଥିଲେ ହେଲେ ତାଙ୍କର ସେହି ପୁରୁଷ ଶରୀର ଭିତରେ ଲୁଚି ରହିଥିଲା ଏକ ନାରୀର ମନ । ଆଉ ସେହି ମହିଳାଙ୍କ ଦୁଃଖ କଷ୍ଟକୁ ନିଜେ ଅନୁଭବ କରିବା ପାଇଁ ସେ ମହିଳା ପାଲଟିଗଲେ । ତେବେ ସେ କୋଲକାତାରେ ଚାକିରୀ କରୁଥିବା ବେଳେ ଯୁବକରୁ ଯୁବତୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ ଅଜୟ । ଏନେଇ ସେ ନିଜ ପରିବାର ଲୋକଙ୍କ ସହ କଥା ହୋଇଥିଲେ ଏବଂ ପରିବାର ଲୋକଙ୍କ ସହମତି କ୍ରମେ 2022 ଡିସେମ୍ୱରରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଅନେକ ବିଶେଷଜ୍ଞଙ୍କ ପରାମର୍ଶଦ୍ୱାରା ଏହି ଅସ୍ତ୍ରୋପୋଚାର କରଗଲା ଆଉ ଶେଷରେ ତାହା ସଫଳ ହେଲା । ଏବଂ ଅଜୟ ବାରିକରୁ ଏବେ ରିଙ୍କି ବାରିକ ପାଲଟିଗଲେ ଏହି ପୁରୁଷ ଜଣଙ୍କ ।

You can share this post!
author