ଝୁଲିବ ତାଲା ଆଉ ଖୋଲିବନି ବ୍ୟାଙ୍କ !

ଝୁଲିବ ତାଲା ଆଉ ଖୋଲିବନି ବ୍ୟାଙ୍କ !

ଏପ୍ରିଲ ମାସରେ ବ୍ୟାଙ୍କରେ ଝୁଲିବ ତାଲା । ଆଉ ଉଠାଇପାରିବେନି ଟଙ୍କା । ଏଣିକି ବନ୍ଦ ରହିବ ବ୍ୟାଙ୍କ ଟଙ୍କା ନେଣଦେଣ ପ୍ରକ୍ରିୟାରେ ସୃଷ୍ଟି ହୋଇପାରେ ବଡ ସମସ୍ୟା । ଏପ୍ରିଲ ପହିଲାରୁ ଲାଗୁ ହୋଇଯାଇଛି ଏମିତି କିଛି ନିୟମ । ହଁ ଆଜ୍ଞା ଏପ୍ରିଲ 1ରୁ ଆରମ୍ଭ ହୋଇଯାଇଛି ନୂତନ ଆର୍ଥିକ ବର୍ଷ 2025-26 । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ସମସ୍ତ ବ୍ୟାଙ୍କ ମାନଙ୍କର ଛୁଟି ତାଲିକା ପ୍ରକାଶ ପାଇଛି । ପ୍ରତ୍ୟେକ ମାସ ପରି ଏହି ମାସରେ ମଧ୍ୟ ଅନେକ ଦିନ ବ୍ୟାଙ୍କରେ ତାଲା ଝୁଲିବ । ଯଦି ଆପଣଙ୍କର ବ୍ୟାଙ୍କରେ କାମ ରହିଛି ତେବେ ତୁରନ୍ତ ନିଜର କାମ ଶେଷ କରନ୍ତୁ । ଭାରତୀୟ ରିଜର୍ଭ ବ୍ୟାଙ୍କର ଘୋଷଣା ଅନୁଯାୟୀ ବ୍ୟାଙ୍କ ଗୁଡିକ ଅନେକ ଦିନ ବନ୍ଦ ରହିବ । ଯଦିଓ ଏହି ସମୟରେ ଆପଣ ମୋବାଇଲ ବ୍ୟାଙ୍କିଙ୍ଗ ଓ ଇଣ୍ଟରନେଟ ବ୍ୟାଙ୍କିଙ୍ଗର ସାହାଯ୍ୟ ନେଇପାରିବେ ଏବଂ ଏଟିମରୁ ମଧ୍ୟ ଟଙ୍କା ଉଠାଇପାରିବେ । ତେବେ ଏପ୍ରିଲ ମାସରେ ଆପଣଙ୍କୁ ଯେପରି ଟଙ୍କା ଉଠାଣରେ କିମ୍ୱା ଡିପୋଜିଟ କରିବାରେ ସମସ୍ୟା ନହେଉ ଏହାପୂର୍ବରୁ ଜାଣିରଖୁନ୍ତୁ ଏପ୍ରିଲ ମାସର ଛୁଟି ତାଲିକା । କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହି ଏବଂ କେଉଁ କେଉଁ ଦିନ ଖୋଲା ରହିବ । ଆସନ୍ତା 6 ଏପ୍ରିଲ ରାମନବମୀ ପାଇଂ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ସେହିପରି 10 ଏପ୍ରିଲରେ ଜୈନ ଧର୍ମର ଭଗବାନ ମହାବୀରଙ୍କ ଜନ୍ମଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ମାସର ଦ୍ୱିତୀୟ ଶନିବାର ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିଥାଏ ତେଣୁ ଏପ୍ରିଲ 12 ତାରିଖରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ସେହି ପରି 13 ଏପ୍ରିଲ ରବିବାର ଓ 14 ଏପ୍ରିଲରେ ସମ୍ୱିଧାନର ପ୍ରତିଷ୍ଠାତା ଭୀମରାଓ ଆମ୍ୱେଦକରଙ୍କ ଜନ୍ମଦିନକୁ ସରକାରୀ ଛୁଟି ରୂପେ ଘୋଷଣା କରାଯାଇଥିବା ବେଳେ ସେଦିନ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ସେହିପରି 15 ଓ 16 ରେ ବୋହାଗ ବିହୁ ହେତୁ ଗୌହାଟୀରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି 18 ତାରିଖରେ ଗୁଡଫ୍ରାଇଡେ ରହିଥିବାରୁ ବ୍ୟାଙ୍କ ବନ୍ଦ ରହିବ ଏବଂ ଶେଷରେ 26 ତାରିଖ ମାସର ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବ । ତେବେ ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଆପଣ ଏଟିମ ମାଧ୍ୟମରେ ଟଙ୍କା ଉଠାଇ ପାରିବେ । କିନ୍ତୁ ଆଗକୁ ଆପଣଙ୍କୁ ଯେମିତି ଆସୁବିଧାର ସାମ୍ନା କରିବାକୁ ନପଡେ ତା ପୂର୍ବରୁ ବ୍ୟାଙ୍କର ଜରୁରୀ କାମ ଶେଷ କରିଦିଅନ୍ତୁ ।

author

Related Articles

Leave a Reply

Your email address will not be published. Required fields are marked *