ନବୀନ ଆରମ୍ଭ କରିଥିଲେ ମୋହନ ଭାଙ୍ଗିଦେଲେ । ଭୁଶୁଡିଗଲା ଭାରତବର୍ଷର ସର୍ବବୃହତ ଲମ୍ୱା ଟନେଲ । ହଁ ଆଜ୍ଞା ଭାରତବର୍ଷର ସର୍ବାଧିକ ଲମ୍ବା ଟନେଲ ସଫଳତାର ସହ ଉଦଘାଟିତ ହେଲା ବୋଲି କିଛିଦିନ ତଳେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଏକ୍ସ ହାଣ୍ଡେଲରେ ସୂଚନା ଦେଇଥିଲେ l ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ବୌଦ୍ଧ ଆସି ସୂଚନା ଦେଇଥିଲେ l
ପୂର୍ବତନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ମାଗଣା ଜମି ସହ ପ୍ରକଳ୍ପର 50 ପ୍ରତିଶତ ଅର୍ଥ ରାଜ୍ୟପାଣ୍ଠିରୁ ବହନ କରିବାର ପ୍ରତିଶୃତିପରେ ନାଲିଫିତାତଳେ ଥିବା ଖୁର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇଥିଲା କିନ୍ତୁ ସରକାର ପରିବର୍ତ୍ତନ ପରେ କାର୍ଯ୍ୟରେ ମାତ୍ରାଧିକ ପିସି ଏବଂ ନିମ୍ନମାନର କାମ ଯୋଗୁଁ ଏଭଳି ଐତିହାସିକ ଟନେଲ ବିଭିନ୍ନ ଜାଗାରେ ଭୁଶୁଡିବା ଆରମ୍ଭ କରିଛି l ଉକ୍ତ ଅଞ୍ଚଳଦେଈ ଲୋକେ ଚାଷକାର୍ଯ୍ୟ ପଶୁ ଚାରଣ ପାଇଁ ଯାଆନ୍ତି ଏଣୁ ଅଞ୍ଚଳ ବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ବୋଲି ଆଜି ପୂର୍ବତନମନ୍ତ୍ରୀ ବାଚସ୍ପତି ତଥା ବିଜୁ ଜନତାଦଳର ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଶ୍ରୀଯୁକ୍ତ ଅବକାଶ ସାହୁ ସୀତାଂଶୁ ମହାଙ୍କୁଡ ଗରୁଡ଼ ପ୍ରଧାନ ବାସୁଦେବ ଦେହୁରୀ, ଅଧିଵକ୍ତା ପୂର୍ଣ୍ଣଚନ୍ଦ୍ର ଦାସ ଆନିକେତ ଦାନୀ ରବୀନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଯାଇଥିବା ତଥ୍ୟାନୁସନ୍ଧାନ କାରୀ ଦଳ ପ୍ରକାଶ କରିଛନ୍ତି l
ସବୁଠାରୁ ବଡ଼କଥା ହେଉଛି ଶ୍ରମିକଙ୍କ ରେଜିଷ୍ଟରରେ କୌଣସି ତାଳମେଳ ରହୁନଥିବା ଏବଂ ଟନେଲ ମଧ୍ୟରେ ଶ୍ରମିକ କାମ କରୁଥିବା କଥାକୁ ଠିକାସଂସ୍ଥା କର୍ତୃପକ୍ଷ ସ୍ୱୀକାର କରୁଥିବା ବେଳେ 40 ଫୁଟ ତଳକୁ ମାଟି ଖସିଥିବାରୁ ମାଟି ନଉଠିବା ପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା କହିବା ଅସମ୍ଭବ l ପ୍ରକଳ୍ପ ଧସିଥିବା ସ୍ଥାନରୁ 200ମିଟର ଦୂରରେ ଏକ ବୃହତ ପୋଖରୀ ଥିବାବେଳେ ଏକ ସାଧାରଣ ଚାଷଜମିତଳେ କିଭଳି ଟନେଲ ଖୋଲିବାକୁ ରେଳବାଇ ବିଭାଗ ନିଷ୍ପତ୍ତି ନେଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟlନ୍ବିତ କରିଛି l ଏଣୁ ଉପରୋକ୍ତ ଘଟଣାର ସର୍ବଦଳୀୟ କମିଟି କରି ଅନୁସନ୍ଧାନ କରିବାକୁ ବିଜୁ ଜନତାଦଳ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବୀ କରିଛି l