ଜୁନ ୧ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଖେଳିବେ। କେବଳ ଖେଳିବେ ନାହିଁ, ବରଂ ଭାରତର ନେତୃତ୍ୱ ମଧ୍ୟ ନେବେ। ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ଏହା ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଟି-୨୦ ବିଶ୍ୱକପ ଜିତିବ।ଆସନ୍ତାକାଲି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଆରମ୍ଭ ହେବ। ଏହାପୂର୍ବରୁ ଶ୍ରୀ ଶାହ ଆଜି ନିରଞ୍ଜନ ଶାହ ଷ୍ଟାଡିୟମର ଉଦଘାଟନ କରିଛନ୍ତି। ଏହି ଅବସରରେ ରୋହିତ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ ବୋଲି ସେ କହିଛନ୍ତି।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025