ଟି-୨୦ ବିଶ୍ୱକପ୍ ପୂର୍ବରୁ ଶେଷ ଆନ୍ତର୍ଜାତୀୟ ସିରିଜ ଖେଳିବାକୁ ଭାରତ ମୈଦାନକୁ ଓହ୍ଲାଇବ । ଆଫଗାନିସ୍ତାନ ବିପକ୍ଷ ୩ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଅନୁଷ୍ଠିତ ହେବ । ତେବେ ବର୍ଷେ ପରେ ଏହି ସିରିଜକୁ ରୋହିତ୍ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତିା ଦୁଇ ଖେଳାଳି ଶେଷଥର ପାଇଁ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ ଖେଳିଥିଲେ । ଭାରତ ଟି-୨୦ ବିଶ୍ୱକପ ସେମିରେ ଇଂଲଣ୍ଡ ଠାରୁ ହାରିବା ପରେ ରୋହିତ ଓ ବିରାଟ ଏହି ଫର୍ମାଟରେ ଆଉ ନଜର ଆସି ନଥିଲେ। ଏବେ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ବିରାଟ ଓ ରୋହିତ ରହିଛନ୍ତି। କିନ୍ତୁ ଆଫଗାନ ବିପକ୍ଷ ପ୍ରଥମ ଟି-୨୦ରେ ବିରାଟ ଖେଳିବେ ନାହିଁ। ମ୍ୟାଚର ଦିନକ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ଏହା କହିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ। କିନ୍ତୁ ସେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍ ବେଳକୁ ଉପଲବ୍ଧ ହେବେ। ସେହିପରି ଟି-୨୦ରେ ଯଶସ୍ୱୀ ଜୈସୱାଲ ଓ ରୋହିତ ଶର୍ମା ଭାରତର ଇନିଂସ ଆରମ୍ଭ କରିବେ ବୋଲି ଡ୍ରାଭିଡ ସୂଚନା ଦେଇଛନ୍ତି।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025