ଟୁଇଟ କରି ବର୍ଷିଲେ ନବୀନ

ଟୁଇଟ କରି ବର୍ଷିଲେ ନବୀନ


ତେବେ ବଜେଟ ଉପସ୍ଥାପନ ପରେ ଟୁଇଟ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଶଙ୍ଖପତି .ଟୁଇଟ କରି ନବୀନ କହିଲେ ସାଧାରଣ ବଜେଟରେ ପୁଣି ଓଡ଼ିଶାକୁ ଅଣ ଦେଖା କରାଯାଇଛି . ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି ଯଥାର୍ଥ କିନ୍ତୁ ଏହାକୁ ଅଣଦେଖା କରାଯାଉଛି ବୋଲି କେନ୍ଦ୍ର ବଜେଟ ଉପସ୍ଥାପନ ପରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ନବୀନ ପଟ୍ଟନାୟକ . ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଦାବି ଯଥାର୍ଥ .ରାଜ୍ୟ ମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ପାଉଥିବା ବେଳେ ଓଡ଼ିଶାକୁ କିଛି ମିଳୁନାହିଁ . କେନ୍ଦ୍ର ସରକାର ଓଡ଼ିଶାର ଦାବି ପୁଣି ଅଣଦେଖା କରୁଛନ୍ତି . ଦେଶରେ ଯୁବକ ଚାକିରି ପାଉନଥିବା ବେଳେ ଜନସାଧାରଣ ଅହେତୁକ ଦର ବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଛନ୍ତି .କିନ୍ତୁ ଏହି ପ୍ରମୁଖ ବଜେଟରେ ଏହି ଦୁଇଟି ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇନାହିଁ .

ଅପରପକ୍ଷେ କେନ୍ଦ୍ର ବଜେଟରେକୁ ବିକାଶମୁଖୀ ବଜେଟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ଏହି ବର୍ଦ୍ଧିତ ରାଶିକୁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିନିଯୋଗ କରିପାରିବେ . ’ଧନଧାନ୍ୟ ଯୋଜନା’ରେ ଓଡ଼ିଶା ଚାଷୀ ମଧ୍ୟ ଉପକୃତ ହେବେ . ଏହା ରାଜ୍ୟର ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ . ସେହିପରି କିଷାନ କ୍ରେଡିଟ କାର୍ଡ ଚାଷୀଙ୍କୁ ନଗଦ ଚାଷୀ ଯୋଗାଇବାକୁ ସହଯୋଗ କରିବ . କିନ୍ତୁ ଯଦି ଆମେ ଦେଖିବା ପୂର୍ବରୁ ରାଜ୍ୟରେ ବିଭିନ୍ନ ଦରଦାମ ବୃଦ୍ଧିରେ ଲୋକେ ହଇରାଣ ହେଉଥିବା ବେଳେ .ଏଥିପ୍ରତି ସରକାରଙ୍କ କିଛି ଦୃଷ୍ଟି ନାହିଁ . ସରକାରକୁ ଆସିବା ବେଳେ ବିଜେପି ଦେଶର ବିକାଶରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିବା ବେଳେ . ଅନ୍ୟ ରାଜ୍ୟ ତୁଳନାରେ ଓଡିଶାକୁ ବହୁତ କମ ଅନୁଦାନ ମିଳିଛି . ଯାହାକୁ ନେଇ ସାଧାରଣରେ ଲୋକେ ଅସନ୍ତୋଷ ଝାଡୁଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *