ଟୁଇଟ କରି ଶୋକ ପ୍ରକାଶ କଲେ ନବୀନ

ଟୁଇଟ କରି ଶୋକ ପ୍ରକାଶ କଲେ ନବୀନ

ଜମ୍ମୁ କାଶ୍ମୀରରେ ଓଡିଆ ଯୁବକଙ୍କ ଛାତିରେ ଫୁଟିଲା ଗୁଳି କାନ୍ଦିଲେ ନବୀନ . ଖବର ପାଇଁ ଅଧା ବାଟରୁ ଫେରିଲେ ପ୍ରଧାନ ମନ୍ତ୍ରୀ ମୋଦି . ପର୍ଯ୍ୟଟକଙ୍କ ଭିତରୁ ପଚାରି ପଚାରି ହିନ୍ଦୁଙ୍କୁ ଖୋଜିଲେ ତା ପରେ ଗୁଳି ମାରିଲେ . ସ୍ତ୍ରୀ ଆଗରେ ସ୍ୱାମୀ ସବୁ ଦିନ ପାଇଁ ବରଫ ମାଟିରେ ଶୁଆଇ ଦେଲେ ଆତଙ୍କବାଦୀ . ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଦୃଶ୍ୟ କହୁଛି କେତେ ଭୟଙ୍କର ଥିବା ସେହି ସମୟ .

ତେବେ ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗବାର ଅପରାହ୍ନରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ . ବାଲେଶ୍ୱର ସଦର ବ୍ଲକ ସାରଗାଁ ଗ୍ରାମପଂଚାୟତର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଗୁଳିମାଡର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି .ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁକଶ୍ମୀର ବୁଲିବାକୁ ଯାଇଥିଲେ . ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ . ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି .

ଏହାକୁ ନେଇ ସାରା ଦେଶରେ ଏବେ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି . ନବୀନ ଲେଖିଛନ୍ତି କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ୱରର ଯୁବକ ପ୍ରଶାନ୍ତ ଶତପଥୀ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖଦ ସମୟରେ ପରିବାର ସଦସ୍ୟମାନଙ୍କ ପ୍ରତି ମୋ ଗଭୀର ସମବେଦନା ଜଣାଇବା ସହ ମୃତ ଯୁବକଙ୍କ ଅମର ଆତ୍ମାର ସଦଗତି କାମନା କରୁଛି .

author

Related Articles

Leave a Reply

Your email address will not be published. Required fields are marked *