ଟୋପେ ସିନ୍ଦୂର ପାଇଁ ସବୁଜରୁ ନାଲିହୋଇଗଲା ପାକିସ୍ତାନ !

ଟୋପେ ସିନ୍ଦୂର ପାଇଁ ସବୁଜରୁ ନାଲିହୋଇଗଲା ପାକିସ୍ତାନ !

ଭାରତୀୟ ନାରୀ ପାଇଁ ସିନ୍ଦୂରର ମୂଲ୍ୟ କଣ ତାହା ଏବେ ବୁଝିସାରିଛି ଆତଙ୍କୀସ୍ଥାନ ପାକିସ୍ତାନ । ଦିନେ ସ୍ତ୍ରୀ ଆଗରେ ସ୍ୱାମୀକୁ ନିର୍ମମହତ୍ୟା କରି ସ୍ତ୍ରୀ ମଥାରୁ ସବୁଦିନ ପାଇଁ ସିନ୍ଦୂର ପୋଛିଦେଇଥିଲେ ପାକିସ୍ତାନ ପାଳିଥିବା ଆତଙ୍କୀମାନେ । ଆଉ ଏବେ ସେହି ସିନ୍ଦୂର ପୋଛିବାର ପରିଣତି ଭୋଗୁଛି ପୂରା ପାକିସ୍ତାନ ଦେଶ । ଏୟାରଷ୍ଟ୍ରାଇକ, ୱାଟର ଷ୍ଟ୍ରାଇକ କରି ପାକିସ୍ତାନକୁ ନାକେଦମ୍ କଲାଣି ଭାରତ । କେତେବେଳେ ପାଣି ବନ୍ଦ କରି ପାକିସ୍ତାନରେ ମରୁଡି ସୃଷ୍ଟି କରୁଛି ତ ଆଉ କେତେବେଳେ ବିନା ସୂଚନାରେ ପାଣି ଛାଡି ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି ଭାରତ । ଯାହା ପାକିସ୍ତାନକୁ ମହଙ୍ଗା ପଡୁଛି । ଚାଲିଲା ଶଗଡ଼ରେ ହାତ ମାରିଲା ଭଳି କାମ କରି ଭାରତ ସହ ପଙ୍ଗା ନେଇ ଏବେ ନିଜ ମୃତ୍ୟୁକୁ ନିମନ୍ତ୍ରଣ ଦେଇଛି ପାକିସ୍ତାନ ।

କେବଳ ଏତିକି ନୁହେଁ, ଅପରେସନ ସିନ୍ଦୂର ସାହାଯ୍ୟରେ ରାତିରେ ପାକିସ୍ତାନରେ ପଶି ଆତଙ୍କୀମାନଙ୍କ ଆଡ୍ଡାକୁ ଧ୍ୱଂସ କରୁଛନ୍ତି ଭାରତୀୟ ସେନା । କିନ୍ତୁ ଏତିକିରେ ବି ଭାରତର ରାଗ ଶାନ୍ତ ପଡିନି । ସୀମାରେ ବାରମ୍ବାର ଗୁଳି ଚାଳନା କରି ଯୁଦ୍ଧ ନେଇ ପାକିସ୍ତାନ ଭାରତକୁ ଯେଉଁ ଉସକାଉଛି ତାର କରାରା ଜବାବ ଦେଉଛି ଭାରତ । ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ହଜିଛି ନିଦ । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍ କରି ବହୁସଂଖ୍ୟାରେ ରକେଟ୍, ଡ୍ରୋନ୍ ଏବଂ ଗୋଳା ବର୍ଷା କରିଥିଲା ପାକିସ୍ତାନ ।

ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିବା ସହ ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିବା ସହ ବଡ଼ ବଡ଼ ସହରରେ ଭୀଷଣ ଆକ୍ରମଣ କରିଛି ।ଏକା ସାଙ୍ଗରେ ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟ୍ର ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା । ପଠାନକୋଟ, ଉଧମପୁର ଏବଂ ଜମ୍ମୁ ସହରରେ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ୩ଟି ଡ୍ରୋନ୍କୁ ଖସାଇ ଦେଇଛି । ଆଉ ସବୁ ଆଡେ ହାଇଆଲର୍ଟ ଜାରି କରାଯାଇଛି । ଏହା ସହ ଭାରତ ପାଖରେ ଥିବା ବଡ ବଡ ମିସାଇଲ ସବୁକୁ ପ୍ରସ୍ତ୍‌ୁତ ରଖାଯାଉଛି । ଯାହା ପାକିସ୍ତାନର ଚିହ୍ନ ବଣ୍ଣ ମାନଚିତ୍ରରୁ ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେଥିରେ ସନ୍ଦେହ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *