ରାଜଧାନୀରେ ଡହଡହ ଖରାରେ ଟ୍ରାଫିକ୍ କର୍ମଚାରୀ ଡ୍ୟୁଟି କରୁଛନ୍ତି। ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହେଉଛନ୍ତି। ସେମାନଙ୍କ ସେବାକୁ ସମ୍ମାନ ଦେବା ପାଇଁ ପୁଲିସ କମିଶନର ଦେବଦତ୍ତ ସିଂ ଟ୍ରାଫିକ୍ କନଷ୍ଟେବଳମାନଙ୍କୁ ଚଷମା ଓ ପାଣି ବୋତଲ ବାଣ୍ଟିଛନ୍ତି । ଏଥିସହ ଟ୍ରାଫିକ୍ କର୍ମଚାରୀଙ୍କ ଅନ୍ୟାନ୍ୟ ସମସ୍ୟାର ମଧ୍ୟ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ସିଂ ପ୍ରତିଶ୍ରୁତି ଦେଇଛନ୍ତି। କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରାଫିକ୍ ଡିସିପି ତପନ କୁମାର ମହାନ୍ତିଓ ଅତିରିକ୍ତ ଡିସିପି (ଟ୍ରାଫିକ୍) ଅଙ୍କିତ ବର୍ମା ଉପସ୍ଥିତ ଥିଲେ।
ସେଥିରେ ଟ୍ରାଫିକ୍ ଥାନା-୧ ଓ ୨ର କନଷ୍ଟେବଳମାନଙ୍କୁ ଚଷମା ଓ ଇନସୁଲେଟେଡ୍ ପାଣି ବୋତଲ୍ ବଣ୍ଟାଯାଇଛି।
