ଟ୍ୱିନ ସିଟିରେ ଗଡିବ ଡବଲ ଡେକର ଇଲେକ୍ଟ୍ରିକ୍ ବସ୍…

ଟ୍ୱିନ ସିଟିରେ ଗଡିବ ଡବଲ ଡେକର ଇଲେକ୍ଟ୍ରିକ୍ ବସ୍…

ଇ-ବସ୍‌କୁ ନେଇ ମନ୍ତ୍ରୀଙ୍କ ବଡ ଘୋଷଣା । ଟ୍ୱିନ ସିଟିରେ ଗଡିବ ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ । ଏନେଇ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର, କଟକ ସମେତ ପୁରୀ ରେ ମଧ୍ୟ ଏହି ବସ୍ ଗଡିବା ନେଇ ସୂଚନା ମିଳିଛି । ତେବେ ପ୍ରଥମେ ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର ଇଲେକ୍ଟ୍ରିକ୍ ବସ୍ । ଏଥିପାଇଁ ଘରୋଇ ସଂସ୍ଥାମାନଙ୍କୁ ଟେଣ୍ଡର ଆହ୍ବାନ କରିଛି କ୍ରୁଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ବସ୍ ଆସିବ । ଏହି ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ । ସଂପୃକ୍ତ ସଂସ୍ଥା ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ଯୋଗାଇବ । ଆବଶ୍ୟକ ପଡିଲେ ଆହୁରି ୨ ବର୍ଷ ଚୁକ୍ତି ବଢାଯାଇପାରେ ।

author

Related Articles

Leave a Reply

Your email address will not be published. Required fields are marked *