ଠକକୁ ବନ୍ଧିଲା କମିଶନ ରେଟ ପୋଲିସ୍। ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଟଙ୍କାକୁ ନେଇ କରୁଥିଲା ଫିଲ୍ମ। ଯାହାକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୋଲିସର ସାଇବର ଟିମ୍। ତାମିଲନାଡୁର ଚେନ୍ନାଇରେ ରହୁଥିବା ପ୍ରକାଶ ଏମ୍ କୁ ଗିରଫ କରିଛି ପୋଲିସ. ଏକ୍ WhatsApp ଗ୍ରୁପ ଜରିଆରେ ଏହି ଠକେଇ କରାଯାଇଥିଲା. WhatsApp ଗ୍ରୁପ ଜରିଆରେ ମେସେଜ୍ ଦେବା ସହ ଅନଲାଇନ୍ ଟ୍ରେଡିଂ କରିବା ନେଇ ସମସ୍ତଙ୍କୁ ଉତ୍ସାହିତ କରାଯାଉଥିଲା. ଯେଉଁଥିରେ ଉତ୍ସାହିତ ହୋଇ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି 19 ଲକ୍ଷ 50 ହାଜର ଟଙ୍କା ଲଗାଇଥିଲେ. ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ. ଏ ନେଇ cyber ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା. ତଦନ୍ତ ପରେ ଠକେଇର ମାଷ୍ଟରମାଇଣ୍ଡ କୁ ତାମିଲନାଡୁରେ ଠାବ କରାଯାଇଥିଲା. ଗିରଫ ଅଭିଯୁକ୍ତ ଆକାଉଣ୍ଟ୍ ରେ 62 ଲକ୍ଷ୍ ଟଙ୍କା ଥିବା ବେଳେ ତାହାକୁ ଫ୍ରିଜ୍ କରାଯାଇଛି.

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025