ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁନେଇ ଗ୍ରାମବାସୀ ଉତ୍ତେଜିତ !

ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁନେଇ ଗ୍ରାମବାସୀ ଉତ୍ତେଜିତ !

ସରକାରୀ ବାବୁ ମାନଙ୍କ ଛତ୍ର ଛାୟା ତଳେ ଠିକାଦାର ,ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଗ୍ରାମବାସୀ ଉତ୍ତେଜିତ | ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବ୍ରହ୍ମାଣଗାଁ ପଞ୍ଚାୟତରେ ବାଙ୍ଗିରିପୋଷି ଠାରୁ ତାଳବନ୍ଧ PWD ରୋଡ ବର୍ଷ 2024-25 ଅଟକଳ ମୂଲ୍ୟ 38 କୋଟିର ରାସ୍ତା କାମ 30 କିଲେମିଟର ଦୂରତା ହୋଇଥିବା ବେଳେ 15 କିଲୋମିଟର ରାସ୍ତା ନିମ୍ନ ମାନର କାର୍ଯ୍ୟକୁ ନେଇ ପଞ୍ଚାୟତବାସୀ ଉତ୍ତୋଜିତ ହୋଇଥିଲେ | ଉକ୍ତ ରାସ୍ତାରେ କୌଣସି ନାମ ଫଳକ ନାହିଁ | ନିମ୍ନ ମାନର କାର୍ଯ୍ୟକୁ ନେଇ ପଞ୍ଚାୟତ ବାସୀ ବିଭାଗୀୟ ଅଧିକାରୀଙ୍କୁ ରାସ୍ତାରେ ଚଲାଇ ଚଲାଇ ରାସ୍ତାର ତଦାରଖ କରିଥିଲେ |

ରାସ୍ତାର ପୁରୁଣା କଲଭଟ ଉପରେ ନିମ୍ନ ମାନର ସିମେଟ ଓ ବାଲି ଦେଇ ନୂତନ ରୂପ ରେଖା ଦିଆ ଯାଇଛି | କୌଣସି କଲଭଟ ନୂଆ କରି କରାଯାଇ ନାହିଁ | ନିମ୍ନ ମାନର ସିମେଣ୍ଟ କଂକ୍ରିଟ ରାସ୍ତା ଏକ ମାସ ବି ହୋଇନାହିଁ ଫାଟି ଗଲାଣି | ନୂତନ ପୁଲ ନିର୍ମାଣ ହୋଇନାହିଁ ସରକାରୀ ବାବୁ ଓ ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ଦେଖିବାକୁ ମିଳୁଛି | ବୁଦ୍ଧିଜୀବୀ ମହଲ ରେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହେଇଛି |

author

Related Articles

Leave a Reply

Your email address will not be published. Required fields are marked *