ଠେଙ୍ଗା ଧରି ବସିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ

ଠେଙ୍ଗା ଧରି ବସିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ

ଠେଙ୍ଗା ଧରି ବସିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ . ତାଙ୍କ ସହିତ ବିଜେପିର ଅନ୍ୟ କର୍ମୀମାନେ ମଧ୍ୟ ଠେଙ୍ଗା ଧରି ବସିଛନ୍ତି . ଖାଲି ସେତିକି ନୁହେଁ ଏହି ଠେଙ୍ଗାକୁ ସେ ମା’ ଙ୍କ ମନ୍ଦିରରେ ପୂଜା କରିଛନ୍ତି . ଯିଏ ସୀମା ଡେଇଁବ ପିଟିକି ସାଇଜ କରିଦେବେ . ତେବେ ଆଜି ଠାରୁ ଆରମ୍ଭ ଖଣ୍ଡଗିରି ମେଳା . ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି ଖଣ୍ଡଗିରିରେ ସାଧୁସନ୍ଥ ମଧ ପହଂଚୁଥିବା ଦେଖିବାକୁ ମିଳିଲାଣି .ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ସାଧୁ ଲାଗିଛନ୍ତି . ସେପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଦ୍ୱିଅର୍ଥ ବୋଧକ କମେଡ଼ିକୁ ପ୍ରଶ୍ରୟ ଦିଆଯିବନାହିଁ .ଅଶ୍ଳୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ.

ଅଶ୍ଳୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ .ଏଥିପାଇଁ ଏକାମ୍ର ବିଧାୟକ ବାବୁ ସିଂଙ୍କ ନେତୃତ୍ୱରେ ଶହେ ଠେଙ୍ଗା ପୂଜା କରାଯାଇଛି .ଅଶ୍ଳୀଳତା ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ . ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରିବେ ସଠିକ ଉତର ପାଇବେ . ସେପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟୁକୁ ନେଇ ବିଏମସି କମିଶନର ଚେତାବନୀ ଦେଇଛନ୍ତି.ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ କହିଛନ୍ତି ବିଏମସି କମିଶନର କହିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *