ଡକାୟତି ଯୋଜନା ପଣ୍ଡ କଲା ମନମୁଣ୍ଡା ପୋଲିସ । ଗୁଦୁଗୁଦା ଛକରେ ଯୋଜନା କରୁଥିବା ବେଳେ ପୋଲିସର ଚଢାଉ । ୩ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଦଶପଲ୍ଲାରେ ଧରିଲା ପୋଲିସ। ଗୁଦୁଗୁଦାରୁ ଦଶପଲ୍ଲା ୧୪୦ କିମି ପର୍ଯ୍ୟନ୍ତ ଗୋଡ଼ାଇ ଧରିଲା ପୋଲିସ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି ଓ ୩ ଟି ଆଇରନ ରଡ୍ ସହ କାର ଜବତ। ସମସ୍ତ ଡକାୟତ ଛତିଶଗଡର ହୋଇଥିବା ସୂଚନା । ଡକାୟତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଗିରଫ ଅଭିଯୁକ୍ତ ଛତିଶଗଡ ଜଞ୍ଜିରଚମ୍ପା ଜିଲ୍ଲାର ରଙ୍ଗ ଚନ୍ଦ୍ର ସାହୁ, ଦୟାବନ୍ତ ବାରେଥ ଓ ନାବାଳକ ଜଣକ ମହାସମୁଣ୍ଡ ଜିଲ୍ଲାରେ ୧୭ ବର୍ଷୀୟ ରାଜେଶ୍ ଲାହରେ। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ।
