ଡବଲ ଚେହେରା ଦେଖାଉଛି ପାକିସ୍ତାନ …

ଡବଲ ଚେହେରା ଦେଖାଉଛି ପାକିସ୍ତାନ …

ଭାରତକୁ ଡବଲ ଚେହେରା ଦେଖାଉଛି ପାକିସ୍ତାନ । ଗୋଟିଏ ପଟେ ଆତଙ୍କୀଙ୍କୁ ପୋଷି ଭୁଲ ସ୍ୱୀକାର କରୁଛି ଆଉ ଗୋଟିଏ ପଟେ ବେକ କାଟିବା ନେଇ ଇସାରା ଦେଉଛି । ହଁ ଆଜ୍ଞା, ପାକିସ୍ତାନ ଭାରତ ମଧ୍ୟରେ ଏବେ ଆଉ ଶୀତଳ ଯୁଦ୍ଧ ଚାଲୁନି ବରଂ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପହଲଗାମରେ ଭାରତୀୟ ସେନା ଯୁଦ୍ଧର ପ୍ରସ୍ତୁତି କରୁଛି । କିନ୍ତୁ ଏହି ସମୟରେ ପାକିସ୍ତାନର ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଆତଙ୍କୀଙ୍କୁ ପାଳୁଥିବା କଥା ସ୍ୱୀକାର କରିଥିଲେ । କିନ୍ତୁ ଏବେ ଲଣ୍ଡନ ସ୍ଥିତ ଦୂତାବାସର ପାକିସ୍ତାନୀ ଅଧିକାରୀ ନିଜ ଅସଲ ଚେହେରା ଦେଖାଇଛନ୍ତି । ଏକ ଭିଡିଓରେ ସେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବଦ୍ଧମାନଙ୍କ ଫଟୋ ଧରି ଭାରତୀୟଙ୍କ ବେକ କାଟିବାକୁ ଇସାରା ଦେଇଥିବା ଭିଡିଓ ସାମ୍ନାକୁ ଆସିଛି । ଯାହା ପାକିସ୍ତାନର ଦୋ ମୁହାଁ ନୀତିକୁ ପଦାରେ ପକାଇବା ସହ ପାକିସ୍ତାନ ରାଗରେ ଜର୍ଜରିତ ଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ।

ଆଉ ଏହା ପଛରେ ଜଳ ଯୋଗାଣ ବନ୍ଦ ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି । କାରଣ, ପୂବରୁ ଭାରତ ପାକିସ୍ତାନ ମଧ୍ୟରେ ଯେତେ ବି ଯୁଦ୍ଧ ହୋଇଛି ସେହି ଯୁଦ୍ଧ କାରଣରୁ ଜଳ ଯୋଗାଣ କେବେ ବି ବାଧା ପ୍ରାପ୍ତ ହୋଇନି । କିନ୍ତୁ ଏବେ ସିନ୍ଧୁ ନଦୀ ଚୁକ୍ତିରେ ଯେଉଁ ରୋକ ଲାଗିଛି ତାହା ପାକିସ୍ତାନ ସହିପାରୁନଥିବା ଏବଂ ରାଗରେ ରକ୍ତ ଚାଉଳ ଚୋବାଉଥିବା କୁହାଯାଉଛି । ଏବଂ ଏବି ସିନ୍ଧୁ ନଦୀ ଚୁକ୍ତି ପାକିସ୍ତାନର ମେରୁଦଣ୍ଡ ଉପରେ ଶକ୍ତ ପ୍ରଭାବ ପକାଉଛି । ଯେଉଁ କାରଣରୁ ପାକିସ୍ତାନ ଏପରି ଦୋ ମୁହାଁ ନୀତି ଆପଣାଉଛି ।

ଅନ୍ୟପଟେ ପାକିସ୍ତାନକୁ ଧୂଳି ଚଟାଇବା ପାଇଁ ପହଲଗାମରେ ଖୋଜି ଖୋଜି ଘରେ ପଶି ଆତଙ୍କୀଙ୍କୁ ଚିହ୍ନଟ କରୁଛନ୍ତି ଭାରତୀୟ ସେନା । ଭାରତରେ ଥିବା ପାକିସ୍ତାନୀଙ୍କୁ ପାକିସ୍ତାନ ଫେରିଯିବାକୁ ନୋଟିସ କରିବା ସହ ଏବଂ ପାକିସ୍ତାନ ବିରୋଧରେ ରକ୍ତମୁଖା ହୋଇଉଠିଛନ୍ତି । ଯାହାକୁ ପାକିସ୍ତାନ ବରଦାସ୍ତ କରିପାରୁନି ।

author

Related Articles

Leave a Reply

Your email address will not be published. Required fields are marked *