କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଲାଗି ରହିଛି ବିଭିନ୍ନ ସମସ୍ୟା, ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ତଦାରଖ ର ଅଭାବ ହେତୁ ଅନେକ କାର୍ୟ୍ୟ ଅଧ ପନ୍ତରିଆ ହୋଇ ପଡ଼ିରହି ଥିବା ବେଳେ, ମେଡିକାଲ କର୍ମଚାରି ମାନଙ୍କ ଖାମ ଖିଆଲି ମନୋଭାବ ପ୍ରଦର୍ଶନ କୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଇନଚାର୍ଜ ଯାକେଶ ସାମନ୍ତ ରାୟ ବ୍ରାହ୍ମଣୀଗାଁ ମେଡ଼ିକାଲ ପରିଦର୍ଶନ ରେ ଆସି ଥିବା ବେଳେ ମେଡ଼ିକାଲ ରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଞ୍ଚଳ ବାସୀ ତାଙ୍କୁ ଘେରିଥିଲେ, ବ୍ରାହ୍ମଣୀଗାଁ ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ୪୦କିମି ହେଉଥିବା ବେଳେ ଆଭ୍ୟନ୍ତରୀଣ ଗ୍ରାମ ଗୁଡ଼ିକ ପ୍ରାୟ ୬୦ରୁ ୭୦କିମି ଦୂର ରେ ଅବସ୍ଥିତ । ଦୁର୍ଗମ ଅଞ୍ଚଳରେ ଜରୁରୀ କାଳୀନ ରୋଗୀ ସେବା ପହଞ୍ଚାଇବା ପାଇଁ ବିଶେଷ କରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଗ୍ରହରେ ଏଠାରେ ଏକ ପ୍ରସବ କେନ୍ଦ୍ର ସ୍ଥାପନ କରାଯାଇଛି, ଦୁଃଖ ର ବିଷୟ ଅନେକ ଥର ରାତ୍ରି ସମୟ ରେ ଡାକ୍ତର ଓ ନର୍ସ ମାନେ ଅନୁପସ୍ଥିତ ରହୁଥିବା ଏବଂ ଏଠି କାର୍ୟ୍ୟରତ ଡ଼ାକ୍ତର ପ୍ରାୟ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ରୁ ରାତ୍ରି ସମୟରେ ଅନେକ ଅସୁବିଧା ରହୁଛି । ଅନ୍ୟ ପକ୍ଷରେ ଡାକ୍ତର ଛୁଟି ରେ ଗଲେ ତାଙ୍କ ସ୍ଥାନ ରେ ଅନ୍ୟ କେହି ଡାକ୍ତର ରହୁ ନ ଥିବାରୁ ରୋଗୀ ସେବା ବାଧା ପ୍ରାପ୍ତ ହେଉଛି । ଏହି ସମସ୍ତ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଥିଲେ।

You can share this post!
author