ସରକାରଙ୍କ ନିର୍ଦ୍ଦେଶ କ୍ରମେ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୧୩ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଦେଶବାସୀଙ୍କ ମନରେ ଭାରତ ସ୍ୱାଧୀନତାର ବାର୍ତ୍ତା ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ସମସ୍ତେ ନିଜ ନିଜର ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ଆହ୍ୱାନ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁଖ୍ୟ ଡାକଘର ତରଫରୁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।ଏଥିରେ ଡାକଘରର ସମସ୍ତ କର୍ମଚାରୀ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ମୁଖ୍ୟ ଡାକଘର ଠାରୁ ବାହାରି କୋର୍ଟ ରାସ୍ତାରେ ଏଲଆଇସି ଅଫିସ ଛକ ଦେଇ ହାଇସ୍କୁଲ ଛକ ସେଠାରୁ ରେଡ଼ କ୍ରସ ରୋଡ଼ ଦେଇ ଫେରିଥିଲେ।

You can share this post!
author