କଣ ଆପଣ ଅତ୍ୟଧିକ ଡାର୍କ ଚକଲୋଟ ଖାଇବାକୁ ପସନ୍ଦ କରନ୍ତି କି ? ଯଦି ହଁ ତେବେ ଏବେ ଠାରୁ ଆଉ ସେବନ କରନ୍ତୁ ନାହିଁ ଏହି ଚକୋଲେଟ । ଯେଉଁଥିପାଇଁ ଆପଣଙ୍କୁ ବଡ ରୋଗର ଶିକାର ହେବାକୁ ପଡିପାରେ । ଶରୀରରେ ଦେଖାଯାଇପାରେ ନାନା ସମସ୍ୟା । ହଁ ଦର୍ଶକବନ୍ଧୁ ସାଧାରଣତଃ ଚକଲୋଟ ଖାଇବା ପାଇଁ କାହାକୁ ବା ଭଲ ନ ଲାଗେ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ଯୁବ ପିଢିଙ୍କ ପର୍ଯ୍ୟନ୍ତ ସମସ୍ତେ ଚକଲେଟ ଖାଇଥାନ୍ତି । ସାଧାରଣତଃ ଚକଲେଟ ପ୍ରେମୀମାନେ ବିଭିନ୍ନ ପ୍ରକାରର ଚକଲେଟ ଖାଇଥାନ୍ତି । ଚାର୍କ ଚକଲେଟ ମଧ୍ୟ ସେବନ କରିଥାନ୍ତି । କିନ୍ତୁ ଏହା ଅତ୍ୟଧିକ ସେବନ କରିବା ଆପଣଙ୍କୁ ମହଙ୍ଗା ପଡିପାରେ । ଚକଲେଟକୁ ନେଇ ସ୍ୱାସ୍ଥ୍ୟବିଜ୍ଞାନୀ ଦେଇଛନ୍ତି ବଡ ସୂଚନା । ଏକ ଗବେଷଣାରୁ ଜଣାପଡିଛି ଯେ ଚକଲେଟରେ ରହିଛି ବିଷାକ୍ତ ପଦାର୍ଥ । ଯାହା ଶରୀର ପାଇଁ କ୍ଷତିକାରକ ଅଟେ । ଯେଉଁ ଡାର୍କ ଚକଲେଟ ଆପଣମାନେ ଅଧିକ ମାତ୍ରାରେ ଖାଇଥାନ୍ତି ସେଥିରେ ମିଳିଛି ସୀସା ଓ କାଡମିୟମ । ଯଦି ଆମ ଦେଖିବା ପୂର୍ବରୁ ଏକ ଗବେଷଣାର ରିପୋର୍ଟ ଅନୁଯାୟୀ ଡାର୍କ ଚକଲେଟ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏହା ଖାଇବା ଦ୍ୱାରା ହାର୍ଟ ବହୁତ ଭଲ ରହିଥାଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । କେବଳ ସେତିକି ନୁହେଁ ବରଂ ରକ୍ତ ସଞ୍ଚାଳନ ମଧ୍ୟ ବହୁତ ଭଲ ହୋଇଥାଏ । ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ତେବେ ଡାର୍କ ଚକଲେଟର ଅନେକ ଫାଇଦା ଥିଲେ ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଚକଲେଟ ପ୍ରେମୀଙ୍କୁ ଏକ ଶକ୍ତ ଝଟକା ଦେଇଛି । ଏହି ଡାର୍କ ଚକଲେଟରେ ସୀସାର ପରିମାଣ ଅଧିକ ରହିଛି ଯାହା ଆମ ଶରୀର ପାଇଁ ଆଦୌ ହିତକର ନୁହେଁ । ଚକୋଲେଟରେ ମିଳୁଥିବା ଆଉ ଏକ ବିଷାକ୍ତ ଧାତୁ କ୍ୟାଡମିୟମ୍ ଯାହା କିଡନୀ ଏବଂ ହାଡ଼ ପାଇଁ କ୍ଷତିକାରକ । ଯଦି ଶରୀର ଏହା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ, ତେବେ ହାଡ଼ ଦୁର୍ବଳ ହୋଇପାରେ। ଏହା ବ୍ୟତୀତ ଅନେକ କିଡନୀ ରୋଗ ହୋଇପାରେ। ତେବେ ଯଦି ଆପଣମାନେ ଅଧିକ ଚକଲେଟ ସେବନ କରୁଛନ୍ତି ତେବେ ଏଥିରୁ ବିରତ ହୁଅନ୍ତୁ ଏବଂ ନିଜ ଶରୀରକୁ ସୁସ୍ଥ ରଖନ୍ତୁ ।

You can share this post!
author