ଡ୍ରେସ୍ କୋର୍ଡକୁ ନେଇ ଇରାନରେ ଦେଖାଯାଇଛି ବିବାଦ । ମହିଳା ଏବଂ ପୁରୁଷଙ୍କ ଡ୍ରେସ୍ କୋର୍ଡକୁ ନେଇ ଏବେ ଇରାନରେ କଡାକଡି ହେବ ନିୟମ । ସୂଚନା ମୁତାବକ, ଇରାନର ସଂସଦ ମହିଳାଙ୍କ ଡ୍ରେସ୍ କୋର୍ଡକୁ ନେଇ ଏକ ବିଲ୍ ଗୃହରେ ପାସ୍ କରିଯାଇଛି । ଯେଉଁଥିରେ କି ମହିଳାଙ୍କ ଡ୍ରେସ୍ ପିନ୍ଧିବାକୁ ନେଇ କଡା ନିୟମ ରହିଛି । ଯଦି କୌଣସି ମହିଳା ଟାଇଟ୍ ଡ୍ରେସ୍ ପିନ୍ଧିବେ, ତେବେ ସେଥିପାଇଁ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହେଇପାରେ । ଅନ୍ୟପଟେ ମହିଳାମାନେ ମୁଣ୍ଡରେ ହିଜାବ ପିନ୍ଧିବା ମଧ୍ୟ ବାଧ୍ୟ ବୋଲି ଏହି ବିଲରେ ଉଲ୍ଲେଖ ରହିଛି । ଇରାନର ସଂସଦ ଏହି ବିଲକୁ ପାସ୍ କରିସାରିଛି । ବର୍ତ୍ତମାନ ଏହାକୁ ଗାର୍ଡିୟନ୍ କାଉନସିଲ ପାଖକୁ ପଠାଯିବ । ଯାହାର ଅନୁମୋଦନ ପରେ ହିଁ ଏହି ବିଲଟି ଆଇନରେ ପରିଣତ ହେବ । ଇରାନରେ ଡ୍ରେସ୍ କୋର୍ଡକୁ ନେଇ ଦୀର୍ଘ ଦିନରୁ ବିବାଦ ରହିଛି । ହେଲେ ସେଠାକାର ସରକାର ମହିଳାଙ୍କୁ ନେଇ ଏପରି ନିୟମ ଆଣିଛନ୍ତି । ମହିଳାମାନଙ୍କ ପାଇଁ ଏହି ଡ୍ରେସ୍ କୋର୍ଡ ନିୟମକୁ ସେଠାକାର ମହିଳାମାନେ ବିରୋଧ କରୁଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଭାରି ହେଉଛି ବିଜେଡିର ପଲା…
- June 3, 2025