ଯୁବତୀ ପରେ ଯୁବକଙ୍କ ଉପରେ ଏବେ ଏସିଡ ମାଡ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଲତାବିଲସାହିରେ ଯୁବକଙ୍କୁ ଏସିଡ ମାଡ ହୋଇଛି । ଗତ ରାତିରେ ତାଙ୍କୁ ଏସିଡ ମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନ ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ଗଡଗଁପୁର ଗାଁର ଭାଗିରଥୀ ନାୟକଙ୍କୁ ଗତକାଲି ରାତି ପ୍ରାୟ ୧୦ଟା ବେଳେ କିଏ ଏସିଡ ଢାଳି ଫେରାର ହୋଇଯାଇଥିଲା । ତୁରନ୍ତ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
