:ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ର ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି କୁ ରୂପାନ୍ତରିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଗସ୍ତରେ ଆସି ଯୋରନ୍ଦା ମହିମା ଗାଦୀକୁ ପରିଦର୍ଶନ କରିବା ସହ ତିନୋଟି ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ..
ସେଥି ମଧରେ ଯୋରନ୍ଦା ର ଅଖଣ୍ଡ ଜ୍ୟୋତି ମନ୍ଦିର, ଧ୍ୱନି ମନ୍ଦିର, ମୁଖ୍ୟ ଗାଦି ମନ୍ଦିରର ଉର୍ନ୍ନତି ସହିତ ପାର୍କ, ରାସ୍ତା ଘାଟ, ମୁଖଶାଳ, ପର୍ଯ୍ୟଟକ ମାନଙ୍କ ପାଇଁ ଯାତ୍ରୀନିବାସ ପ୍ରଭୁତି ଉର୍ନତି ମୂଳକ କାର୍ଯ୍ୟ ହେବ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି…
ଗାଦିରେ ବିକାଶ ସହିତ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କିଭଳି ଏହା ଏକ ବିଶିଷ୍ଟ ପର୍ଯ୍ୟଟନ ସ୍ଥଳୀରେ ପରିଗଣିତ ହେବ ସେଥିପାଇଁ ପ୍ରୟାଶ କରିଛନ୍ତି..
ଏଏହି କାମ ୩ ବର୍ଷ ମଧ୍ୟରେ ସମ୍ପୃର୍ଣ୍ଣ କରାଯିବ ବୋଲି ସୂଚନା ଦେଇଥିଲ..
ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ 5T ଅଧକ୍ଷ ଭି. କେ ପାଣ୍ଡିଆନ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ଢେଙ୍କାନାଳ ସାଂସଦ ମହେଶ ସାହୁ, ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମାଲିକ, ପରଜଙ୍ଗ ବିଧାୟକ ନୃସିଂହ । ସାହୁ,ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ, ପ୍ରମୁଖ ମଞ୍ଚାସିନା ଥିବା ବେଳେ ସଦର ବିଧାୟକ ସୁଧିର ସାମଲ କାର୍ଯ୍ୟକ୍ରମ କୁ ଆୟୋଜନ ଓ ପରିଚାଳନା କରିଥିଲ..
ଯୋରନ୍ଦା ଗାଦୀ ର ସମସ୍ତ ସାଧୁ ସନ୍ଥ ଙ୍କ ମଧରେ ଆନନ୍ଦ ର ଲହଡି ଖେଲିଯାଇଛି..
ପୂର୍ବରୁ ମନ୍ଦିର ଉଚ୍ଚେଦ ନେଇ ବକଳ ଧାରୀ ଓ କଉପୁନୀ ଧାରୀ ଙ୍କ ମଧ୍ୟରେ ଦୀର୍ଘ ୧୮ ମାସ ବିବାଦ ହୋଇଥିଲା…
ମୁଖ୍ୟମନ୍ତ୍ରୀ ଙ୍କ ର ୧୧୨ କୋଟି ର ଶିଳାନ୍ୟାସ ପରେ ଉଭୟ ଗୋଷ୍ଠି ଙ୍କ ମଧ୍ୟରେ ଶାନ୍ତି ଫେରି ଆସିଛି…
ଓଡିଶା ରେ ବିଭିନ୍ନ ଜିଲ୍ଲା ରେ ଥିବା ସମସ୍ତ ମହିମା ଧର୍ମ ର ପୀଠ କୁ ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି..