ଢେଙ୍କାନାଳ ଜିଲ୍ଲାରେ ଘୋର ଲଜ୍ଜା

ଢେଙ୍କାନାଳ ଜିଲ୍ଲାରେ ଘୋର ଲଜ୍ଜା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ଗତ କାଲି ଅପରାହ୍ନରେ ଜଣେ ୭ ବର୍ଷର ନାବାଳିକାକୁ ବଳାତ୍କାର କରି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ନାବାଳିକାକୁ ବଳାତ୍କାର କରିବା ପରେ ଗ୍ରାମ ଠାରୁ କିଛି ଦୂରରେ ତାଳ ପତ୍ର ଘୋଡେ଼ଇ ଫେରାର ହୋଇଯାଇଥିଲେ। ତେବେ ଶିଶୁଟି ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ହିନ୍ଦୋଳ ପୋଲିସ, ଜିଲ୍ଲା ସାଇଣ୍ଟଫିକ ଟିମ ଏବଂ ଡଗ ସ୍କ୍ଵାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି।ତେବେ ଘଟଣା ଘଟିଥିବା ସ୍ଥାନ ନିକଟରେ ବେଆଇନ ମଦ ବିକ୍ରି ହେଉଥ‌ିବା ଏକ ଘରକୁ କିଛି ବାହାର ଲୋକ ଆସିଥିଲେ। ପିଲାଟିକୁ ପରିବାର ଲୋକ ନପାଇ ଏଣେତେଣେ ଖୋଜାଖୋଜି କରିଥିଲେ। ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳ ପତ୍ର ଘୋଡା ଅବସ୍ଥାରେ ଠାବ କରିଥିଲେ ବୋଲି ତାଙ୍କ ଜେଜେମା’ ଗଣମାଧ୍ୟମକୁ କହିଛନ୍ତି। ବାହାର ଅଞ୍ଚଳର କେହି ଦୁର୍ବୃତ୍ତ ପିଲାଟିର ଏଭଳି ଅବସ୍ଥା କରିଥାଇ ପାରନ୍ତି ବୋଲି ଜେଜେମା ସନ୍ଦେହ କରିଛନ୍ତି। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ପିଲାଟିକୁ ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି।ଜିଲ୍ଲା ପୋଲିସ୍ ପ୍ରଶାସନ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଦାବୀ ହୋଇଛି l

author

Related Articles

Leave a Reply

Your email address will not be published. Required fields are marked *